ହେଡଲାଇନସ୍:

-ପରିତ୍ୟକ୍ତ ଆର୍ଟ କଲେଜ୍ ବାମ୍ଫି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ ଖଲ୍ଲିକୋଟ ରୁ ଶିବରାମ ଜେନା : ଗଡ଼ ର ଐତିହ୍ୟ ଓ ପରମ୍ପରା ଲୁପ୍ତପ୍ରାୟ ହେବାକୁ ବସିଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଅବସରରେ ଦେଖିବାକୁ ମିଳିଛି ମନମୁଖୀ ଶାସନରେ ଥିବା ଶାସକ ପ୍ରଶାସକ ଙ୍କର ନୀରବତା । ଖଲ୍ଲିକୋଟ ଆର୍ଟ କଲେଜ୍ ବାମ୍ଫି ଟି କଟା ପଥର ରେ ନିର୍ମିତ ହୋଇଛି।
ଏମିତି ଢାଞ୍ଚାରେ ନିର୍ମିତ ହୋଇଛି ଉପର ପାଖରେ ଖାଡ଼ି ର ଜାଲରେ ଛନ୍ଦା ଯାଇଛି, ଯେପରିକି ଦର୍ଶକ ମାନେ ଜଳର ତଳସ୍ତର କୁ ଦେଖିପାରିବେ ଓ ତଳ ପଟେ ସୁଡୁଙ୍ଗ ଦେଇ ଜଳସ୍ତର କୁ ଛୁଇଁ ଜଳ ଆଣିପାରିବେ। ଏମିତି ବାମ୍ଫି ଓଡ଼ିଶାର ରେ ଦେଖିବାକୁ ବିରଳ। କିନ୍ତୁ ଉକ୍ତ ବାମ୍ଫି କୁ ସ୍ଥାନୀୟ ବାସିନ୍ଦା ତଥା ଭଡାଟିଆ ମାନେ ଅଳିଆ ଆବର୍ଜ୍ଜନାରେ ପୋତି ଦେଲେନି। ଏସଂକ୍ରାନ୍ତରେ ଖଲ୍ଲିକୋଟ ଖୋଲ ସାହି ର ବାସିନ୍ଦା ତଥା କାର୍ଯ୍ୟ ରତ ରିପୋର୍ଟ ର ଶିବରାମ ଜେନା ବିଭିନ୍ନ ମାଧ୍ୟମରେ ସରକାରଙ୍କୁ ତଥା ଅନୁଷ୍ଠାନ ର ଅଧ୍ୟକ୍ଷ ଦେବୀପ୍ରସାଦ ଦାସ ଏବଂ ପୂର୍ତ୍ତ ବିଭାଗ ର ଯନ୍ତ୍ରୀ ସନ୍ତୋଷ କୁମାର ପରିଡ଼ା ଙ୍କୁ ମଧ୍ୟ ଅବଗତ କରାଇଛନ୍ତି। କିନ୍ତୁ ଏଥିପ୍ରତି ଉଚ୍ଚ କତ୍ତୃପକ୍ଷ କିମ୍ବା ଶାସକ ପ୍ରଶାସନିକ ବିଭାଗ କୋୖଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ବିସ୍ମୟ କର ପରିସ୍ଥିତି ସୃଷ୍ଟି ହେବାର ପରିଲକ୍ଷିତ ହେଉଛି।

0
0
0
s2sdefault