ହେଡଲାଇନସ୍:

ସଫ୍ଟେଓର ଇଂଜିନିୟର ଦମ୍ପତ୍ତିଙ୍କୁ ମିଳିଲା ନୂଆ ଦୁନିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଂସାର ପାଇଗଲେ ରୀନା, ଶଙ୍କର ଓ ତୁଲସୀ

୩ ଭାଇ ଭଉଣୀଙ୍କୁ କୋଳକୁ ନେଲେ ତାମିଲ ସଫ୍ଟେଓର ଇଂଜିନିୟର ଦମ୍ପତ୍ତି ।

ସମ୍ବଲପୁର/ରମାକାନ୍ତ ବିଶ୍ବାଳ- ଶିଶୁ ଯତ୍ନ ଅନୁଷ୍ଠାନରୁ ୩ଜଣ ଭାଇ ଉଉଣୀଙ୍କୁ କୋଳକୁ ନେଲେ ତାମିଲ ଦମ୍ପତ୍ତି । ପୂର୍ବରୁ ନିଜର କୌଣସି ପୁଅ ଝିଅ ନଥିବାବେଳେ ସରକାରୀଭାବେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।ତାମିଲନାଡୁ କାଂଚିପୁରମ ଜିଲ୍ଲା ଗୁଡୁଭଂଚେରୀ ମାଡାମ୍ବାକମର ସପ୍ଟେଓର ଇଂଜିନିୟର କାର୍ତ୍ତିକ ନାଗରାଜନ୍ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ କାର୍ତ୍ତିକ । ବିବାହର ଦୀର୍ଘ ବର୍ଷ ପରେ ବି କୌଣସି ସନ୍ତାନ ସନ୍ତତି ନହେବାରୁ ମନରେ ଦୁଃଖ ଲାଗି ରହୁଥିଲା । ତେବେ ପୋଷ୍ୟ ସନ୍ତାନ ପାଇଁ ବିଭିନ୍ନ ଅନୁଷ୍ଠାନ ଯାଉଥିଲେ ।

ଶେଷରେ ଅନଲାଇନ ମାଧ୍ୟମରେ ସମ୍ବଲପୁର ଯୁଯୁମୁରା ବ୍ଲକ ଡକ୍ଟର ଆଇଜାକ୍ ସାନ୍ତା ବାଲ ନିକେତନରୁ ୩ ଭାଇଭଉଣୀଙ୍କୁ କୋଳେଇ ନେବାକୁ ମନସ୍ଥ କରିଥିଲେ । ଶେଷରେ ଗତକାଲି ସେମାନ ସମ୍ବଲପୁର ଆସି ୩ ଭାଇ ଉଭଣୀ ( ରୀନା ୧୪ ବର୍ଶ, ଶଙ୍କର ୧୦ ବର୍ଷ ଓ ତୁଲସୀ ୭ ବର୍ଷ)ଙ୍କୁ ପୋଷ୍ୟ ହିସାବରେ ଗ୍ରହଣ କରିଛନ୍ତି । ଏନେଇ ବିଧିବଦ୍ଧ ଭାବେ ସେମାନେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କଠାରେ ଆବେଦନ ଓ ଅନୁମତି ପରେ ସେମାନେ ତାମିଲନାଡୁ ନେଇଛନ୍ତି । ତେବେ ଏମାନଙ୍କୁ ପାଇବା ପରେ ତାମିଲ ଦମ୍ପତ୍ତି ଖୁସିରେ ଆତ୍ମହରା ହୋଇ ନିଜ ପୁଅ ଝିଅଙ୍କୁ ପାଇଥିବା କହିଛନ୍ତି । 

ତେବେ ପ୍ରାଥମିକ ପର୍ଯ୍ୟାୟରେ ୬ ମାସ ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଛି । ୬ ମାସ ପରେ ସେମାନେ ପୁଣି ଫ୍ୟାମିଲ ଜଜ୍‌ଙ୍କଠାରେ ଆବେଦନ କରି ଅନୁମତି ନେବାକୁ ହେବ ବୋଲି ନିୟମ ରହିଛନ୍ତି । ତେବେ ଅନାଥ ତିନି ଭାଇ ଭଉଣୀଙ୍କୁ ଏହି ଦମ୍ପତ୍ତି କୋଳେଇ ନେବା ପରେ ଏମାନେ ମଧ୍ୟ ପରିବାର ପାଇ ବହୁତ ଖୁସି ।  ତେବେ ଏହି ଅନାଥ ଶିଶୁଙ୍କୁ ପରିବାର ମିଳିବା ସହ ଦମ୍ପତ୍ତିର କୋଳ ଭରିଗଲା ।

0
0
0
s2sdefault