ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସ୍ଥାନୀୟ କୁଚିଣ୍ଡା ଆଦିବାସୀ ଭବନରେ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଉଦ୍ୟମରେ ଏକ ବୃତିଗତ ଉନ୍ନତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ନିର୍ଦ୍ଧେଶକ ତଥା ପୂର୍ବତନ ବିଧାୟକ ଶ୍ରୀ ବୃନ୍ଦାବନ ମାଝୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନକରିଥିଲେ। ଗୁରୁବାର ଓ ଶୁକ୍ରବାର ଅନୁଷ୍ଠିତ କର୍ମଶଳାରେ ବିଭାଗୀୟ ଅଧିକାରୀ ଶ୍ରୀ ଶିରଶ କୁମାର ସାହୁ ଓ ସହ ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ବେହେରା ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବେକାର ଯୁବକ ଯୁବତୀମାନଙ୍କ ପାଇଁ ବିନା ଦେୟ ରେ ଶିକ୍ଷା ଉର୍ଦ୍ଦିଷ୍ଟ ହେଇଥିବାରୁ ସମସ୍ତ ନିୟୁକ୍ତି ଯୁବକ ଯୁବତୀ ଅଂଶ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରଶିକ୍ଷିକା ସିଲକି ମହାକୁଳ,କୋଷାଧକ୍ଷ ଓ ରଶ୍ମିକାନ୍ତ ସାମଲ ମଞ୍ଚାସିନ ଥିବା ବେଳେ ଶେଷରେ ଉପ ସଭାପତି ଶ୍ରୀ ରମେଶ ପ୍ରଧାନ ଧନ୍ୟବାଦଅର୍ପଣ କରିଥିଲେ ଏହି ଦୁଇ ଦିନ ରେ ତିନିଗୋଟି ଟେଡ୍ର ପାଇଁ ଷାଠିଏରୁ ଉର୍ଦ୍ଦ୍ୱ ଯୁବକ ଯୁବତୀ ନିଜ ନାମ ତାଲିକା ଭୁକ୍ତ କରିଥିଲେ।
ରାଜ୍ୟ
ଦକ୍ଷତା ବୃଦ୍ଧି ପରାମର୍ଶ ଶିବିର ଅନୁଷ୍ଠିତ
- Hits: 226