ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଦନପୁର୍ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷିତୀଶ ବିଶ୍ବାଳ ଙ୍କୁ ଗିରଫ କରିଛି କଳାହାଣ୍ଡି ଭିଜିଲାନ୍ସ ଟିମ୍ I ସୂଚନା ଅନୁସାରେ ମ.ରାମପୁର୍ ଚାରିଛକର ଗଙ୍ଗାଧର ବାଗଙ୍କ ଠାରୁ ଚୌକିଦାର ପଦବିରେ ନିଯୁକ୍ତି କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଦନପୁର୍ ଆଦର୍ଶ ବିଦ୍ୟାଳୟଠାରେ ରେଣ୍ଡ ହାଣ୍ଡ ଗିରଫ କରିଛି ଭିଜିଲାନ୍ସ ଟିମ୍ I ଗଙ୍ଗାଧର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଅର୍ଥ ଦେଇ ନପାରି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିବା ସୂଚନା ରହିଛି I