ଝାରସୁଗୁଡ଼ା :(ସୁଭାଷ ସହାରେ):ସ୍ଥାନୀୟ ହୋଟେଲ କଣ୍ଟିନେଣ୍ଟାଲ ଠାରେ ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ତରଫରୁ ଆଗଧାଡ଼ିର କରୋନା ଯୋଦ୍ଧା ଅଙ୍ଗନବାଡ଼ି କର୍ମୀମାନଙ୍କୁ ସମ୍ମାନୀତ କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୁଖ୍ୟଅତିଥି ଓ ବିଧାୟକ କିଶୋର ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଝାରସୁଗୁଡା ପୌରାଞ୍ଚଳରେ କାମ କରୁଥିବା ୨୪ଟି ୱାର୍ଡର ୯୭ଜଣ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନୀତ କରିଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କରୋନା କାଳରେ ଘରକୁ ଘର ବୁଲି ବିଭିନ୍ନ ସେବା ଯୋଗାଇବା ସହ ଜନସଚେତନତା ସୃଷ୍ଟିରେ ଅଙ୍ଗନବାଡି କର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ । ଏହି କର୍ମୀମାନଙ୍କ ସତପ୍ରୟାସ ଫଳରେ ଆଜି ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିପାରିଛି । ଏମାନଙ୍କର କାମ ଅତୁଳନୀୟ ବୋଲି ଉଭୟ ଅତିଥି ପ୍ରଶଂସା କରିଥିଲେ । ଆଜି ଏହି ସମାରୋହରେ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ଟ୍ରଷ୍ଟି ସୁଶ୍ରୀ ଦୀପାଲି ଦାସ, ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ବଲବିନ୍ଦର କୌର, ସମାଜସେବୀ ଆନନ୍ଦିନୀ ପାଢ଼ୀ, ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ତି, ହରିଷ ଗଣତ୍ରା, ରଘୁମଣି ପଟେଲ, ପି.ରାମ ମୋହନ ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୂର୍ଯ୍ୟକାନ୍ତି ମହାପାତ୍ର, ରୁବିନା ଖାଁ, ରଜନୀ ପାଣ୍ଡେ, ମାନସୀ ପଣ୍ଡା, ଗୀତାଞ୍ଜଳି କୁସୁମ, ସୁଶୀଳା ସେଠ,ପୁଷ୍ପ ନେଟି, ବେଳା ଥାପା, ସଂଗୀତା ଖାଲକୋ ଓ ତାପସ୍ୱିନୀ ଲରିଆ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ତରଫରୁ ଆଗଧାଡ଼ିର କରୋନା ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ସମ୍ମାନୀତ
- Hits: 231