ହେଡଲାଇନସ୍:

ବିଜେପି ପକ୍ଷରୁ  ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ ଜୟନ୍ତୀ ଓ ସୁ-ଶାସନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭାଜପା  ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ବିଜେପି ପକ୍ଷରୁ ଆଜି  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ-ଜୟନ୍ତୀ ଓ ସୁଶାସନ ଦିବସ କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି ।

  ପ୍ରଥମେ ଭାରତରତ୍ନ ସ୍ୱର୍ଗତ ବାଜପେୟୀ ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ଓ ଦୀପ ଲଗାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । 

ପରେ ଜିଲ୍ଲା ଭାଜପାର ବରିଷ୍ଠ ନେତା ଶ୍ରୀ ଗୌରାଙ୍ଗ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗନ୍ନାଥ ମହାପାତ୍ର ଏବଂ ନୃସିଂହ ଚରଣ ପଟ୍ଟନାୟକ ଯୋଗଦେଇ ଆଜି ଦିନଟି ଅତ୍ୟନ୍ତ ପବିତ୍ର ଦିନ , ଏହି ଦିନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟଲ ବିହାରି ବାଜପେୟୀଙ୍କ ଜନ୍ମଦିନ । ତେଣୁ ଏହି ଦିନଟିକୁ ସୁଶାସନ ଦିବସ ଭାବେ ମଧ୍ୟ ଦେଶସାରା ପାଳନ କରାଯାଇ ଆସୁଅଛି । ସ୍ବର୍ଗତ ବାଜପେୟୀଙ୍କ ଜୀବନୀ  ଆଲୋଚନା କରି ତାଙ୍କ ସୁ-ଶାସନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । 

 ଭାରତରତ୍ନ ସ୍ବର୍ଗତ ବାଜପେୟୀ ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଭାରତବର୍ଷ ତଥା ରାଷ୍ଟ୍ରକୁ ପୃଥିବୀ ଦରବାରରେ ଶୀର୍ଷରେ ଦଣ୍ଡାୟମାନ ହେଉ ଏହାହିଁ ତାଙ୍କ ପ୍ରୟାସ ଥିଲା । ଏଥିପାଇଁ  ସେ ଯେଉଁସବୁ ପଦକ୍ଷେପ ମାନ ନେଇଥିଲେ , ସେ ସବୁର ପଦାଙ୍କନ ଅନୁସରଣ କରି ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ସେହି କ୍ରମରେ ପୁରପଲ୍ଲୀ ଠାରୁ ଗାଁ ଓ ସହରର ଉନ୍ନତି କିଭଳି ହେବ  ଏବଂ ସେଥିପାଇଁ ସେ ଯେଉଁ ରୋଡ଼-ମେପ ପ୍ରସ୍ତୁତ କରି ଯୋଜନା କରାଯାଉଥିଲା , ତାକୁ ଧ୍ୟାନଦେଇ ଏବେ ତାହା କରାଯାଉଛି । ଯାହାକି , ସମଗ୍ର ଭାରତବର୍ଷ ବିଭିନ୍ନ କ୍ଷେତ୍ରରେ ଉନ୍ନତି ପଥରେ ଆଗେଇ ଚାଲିଛି ।

ଭାରତରତ୍ନ  ସ୍ବର୍ଗତ ବାଜପେୟୀ ଜୀ ବିଶ୍ବର ଜଣେ  ବିଚକ୍ଷଣ ରାଜନୀତିଜ୍ଞ ଓ ରାଷ୍ଟ୍ରବାଦୀ ନେତା ଥିଲେ ।  ସେ ସମଗ୍ର ବିଶ୍ୱକୁ ନିଜର ଉଦାରବାଦୀ ଚେହେରାରେ ଏକ ସୂତ୍ରରେ ବାନ୍ଧି ରଖିବାକୁ ସକ୍ଷମ ହୋଇ ପାରିଥିଲେ । ତାଙ୍କର ଏତେ ସବୁ ବ୍ୟକ୍ତିତ୍ୱ ଥିବା ଯୋଗୁଁ ଦେଶ ତାଙ୍କର ଜନ୍ମ ଦିବସକୁ ସୁ-ଶାସନ ଦିବସ ଭାବେ ପାଳନ କରି ଆସୁଅଛି ବୋଲି କହିଥିଲେ ।

  ବରିଷ୍ଠ ନେତା ଯୋଗଦେଇ  ଶ୍ରୀ ବର୍ଦ୍ଧା ରାଜୁ , ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ବାଜପେୟୀ ଜୀଙ୍କ ଜୀବନୀ ଓ କର୍ମମୟ ଜୀବନୀ ପାଠ କରିଥିଲେ ।

  ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଜମିଦାର ପଟ୍ଟନାୟକ , କୃଷକ-ମୋର୍ଚ୍ଚାର ପ୍ରଶାନ୍ତ କୁମାର ପାଲବ, ଯୁବ-ମୋର୍ଚ୍ଚାର ବାବୁନା ବେହେରା , ମହିଳା-ମୋର୍ଚ୍ଚାର ଅରୁଣୀମା ସାହୁ , ବରିଷ୍ଠ ନେତା ଚିତ୍ରୀ ସୀମାଦ୍ରୀ , ରାମକୃଷ୍ଣ ପାଇକ , ଦେବ ସାହୁ ଓ ଶରତ କୁମାର ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

0
0
0
s2sdefault