ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ ବାଳ ମୁକୁନ୍ଦ ପରିବାର ଉପସ୍ଥାପନ କରିଥିବା "ଖାଉଟି ସଚେତନତା କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ଭାଗବତ ପାଢ଼ୀ ଅଧ୍ୟକ୍ଷତାରେ ବିଶିଷ୍ଟ ଶିକ୍ଷାବିତ ଲିଙ୍ଗରାଜ ପ୍ରସାଦ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ଜଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୁବ ପ୍ରତିଭା ଶିଶିର କୁମାର ଭଞ୍ଜ ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ନୃତ୍ୟ ଶିଳ୍ପୀ ତନୁଜା ଭୁକ୍ତା ଏବଂ ଚିତ୍ରଶିଳ୍ପୀ ମୂରଲୀଧର ପରିଛା ଅତିଥି ଭାବେ ଯୋଗ ଦେଇ ଖାଉଟି ମାନଙ୍କ ଅଧିକାର ଓ ସୁରକ୍ଷା ତଥା ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ସ୍ୱାମୀ ମୁକୁନ୍ଦା ନନ୍ଦ ଜୀଙ୍କ ଓଡ଼ିଶା ଆଗମନକୁ ସ୍ୱାଗତ ସହ ତାଙ୍କର ଜନ୍ମ ଦିନର ଅଭିନନ୍ଦନ ଏବଂ ଅନଲାଇନ୍ ରେ ଅନ୍ତର୍ଜାତୀୟ ବାଳ ମୁକୁନ୍ଦ ସଂସ୍କୃତି-୨୦୨୦ ପ୍ରତିଯୋଗିତାର ସଫଳ ରୂପାୟନକୁ ଉପସ୍ଥାପନା କରିଥିଲେ। ଡିସେମ୍ବର ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ରେ ସାଧନା ଶିବିର ଅନୁଷ୍ଠିତ ହେବାର ସୂଚନା ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦଚୌଧୁରୀ ପରିଚାଳନା କରିଥିଲେ।








