ହେଡଲାଇନସ୍:

ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି :(ବି ଶ୍ରୀନିବାସ ପାତ୍ର)ଆଜି ମାଲକାନଗିରି ଜିଲ୍ଲା ନଗରଭବନ ଠାରେ ମାଲକାନଗିରି ଭାରତୀୟ ଜନତା ପାର୍ଟି ତରଫରୁ ଭାରତ ରତ୍ନ , ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଉକ୍ତ ଉତ୍ସଵରେ  ମାଲକାନଗିରି ଜିଲ୍ଲା ବିଜେପି ଦଳ ସଭାପତି ତଥା ମାଲକାନଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଢି ସଭାପତିତ୍ୱ କରିବା ସହ ରାଜ୍ୟ

ଉପସଭାପତି ଶ୍ରୀ ବଳଭହ୍ର ମାଝୀ  ,  ମାଲକାନଗିରି ପ୍ରଭାରୀ କାଳୀରାମ ମାଝୀ, ପୂର୍ବତନ ଓଡିଶା ବିଧାନ ସଭାର ଡେପୁଟିସ୍ପିକର ପ୍ରହଲ୍ଲାଦ ଦୋରା, ପୂର୍ବତନ ମାଲକାନଗିରି  ବିଜେପି ସଭାପତି ଗୁରୁଚରଣ ମହାନ୍ତି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିମାଇ ଚରଣ ପାଲ, ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ପଡ଼ିଆମି, ରାଜ୍ୟ ବିଜେପିର ପୂର୍ବତନ ସଦସ୍ୟ ଶ୍ରୀ ଶ୍ୟାମଳ ସୁନାନୀ ଯୋଗ ଦେଇ ସଭା କାର୍ଯ୍ୟକୁ  ଆଗକୁ ବଢ଼ାଇ ଥିଲେ l ସର୍ବପ୍ରଥମେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବାଜପେୟୀ ଙ୍କ ଏହି ଜନ୍ମଜୟନ୍ତି କୁ ଶୁଶାସନ ଦିବସର ଆଖ୍ୟା ଦିଅ ଯାଇଛି।

ବାଜପେୟୀ ଙ୍କ ଜନ୍ମ ବାର୍ଷିକ ଉତ୍ସବରେ ବଳଭଦ୍ର ମାଝୀ ନିକଟ ଦିନ ମାନଙ୍କରେ ଚାଲୁଥିବା କୃଷି ବିଲର ଉପକାରୀତା ବିଷୟ ରେ  ସମସ୍ତଙ୍କୁ ଅବଗତ କରାଇବା ସାଙ୍ଗକୁ ଅନ୍ୟ ରାଜନୈତିକ ଦଳ ଯେଉଁମାନେ ଏହାକୁ ବିରୋଧ କରିଆସୁଛନ୍ତି ତାଙ୍କୁ ଶକ୍ତ  ଜବାବ  ଦେବାକୁ ଯାଇ କିଭଳି ଦେଶର ଚାଷୀ ମାନେ ଏହି ତିନୋଟି ବିଲ ଦ୍ୱାରା ନିଜର ଆୟ କୁ ବୃଦ୍ଧି କରିପାରିବେ ଏବଂ କେନ୍ଦ୍ର ସରକାରଙ୍କ କେନ୍ଦ୍ର ଚାଷୀ ଆଇନକୁ ନେଇ ଆଗକୁ  ବଢିବେ ସେଥି ପାଇଁ ସମସ୍ତଙ୍କୁ ଅବଗତ କରାଇଥିଲେ l ତାପରେ ମଞ୍ଚ।ସିନ କିଛି ବିଜେପି ର ବିଶିଷ୍ଟ ବ୍ୟକ୍ତି ବଜପେୟୀଙ୍କ ଜୀବନି ଓ ରାଜନୈତିକ କାର୍ଯ୍ୟକଳାପ ଉପରେ ଆଲୋକପାତ କରାଇଥିଲେ।

 ଶେଷରେ  ଶ୍ରୀ ଆଦିତ୍ୟ ମାଢି ମାଲକାନଗିରି ଜିଲ୍ଲା ବିଜେପି ଟିମ ର ଘୋଷଣା କରିବା ସହ ସମସ୍ତ ନୂତନ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ l ସେଥିରେ  ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପେ  ନିମାଇ ଚରଣ ପାଲ, ଉପସଭାପତି ଶ୍ରୀ ସୁବାସ ପଡ଼ିଆମିଙ୍କ ସହ  ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ମଞ୍ଚରେ ସମ୍ମାନିତ କରିବା ସହ ଅନ୍ୟ ଦଳର କିଛି ବ୍ୟକ୍ତିଙ୍କୁ ନିଜ ଦଳରେ ସାମିଲ କରିଥିଲେ l ଏହି ଆୟୋଜିତ ଉତ୍ସବ ରେ ମାଲକାନଗିରି ନଗର ସଭାପତି ଶ୍ରୀ ପଡାଲ, ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।

0
0
0
s2sdefault