ହେଡଲାଇନସ୍:

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ: କଂଗ୍ରେସ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା , ନାବାଳିକାମାନଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ସାଙ୍ଗକୁ ନାରୀ ନିର୍ଯ୍ୟାତନା , ଦୁଷ୍କର୍ମ  ବୃଦ୍ଧି ଏବଂ ଅପରାଧୀ ବା ଅଭିଯୁକ୍ତମାନଙ୍କୁ ଧରିବା କ୍ଷେତ୍ରରେ ପୁଲିସର ନିଷ୍କ୍ରିୟତା ଓ ବିଫଳତାର ପ୍ରତିବାଦରେ ଆଜି ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ ଗଣଧାରଣା ଓ ବିକ୍ଷୋଭ ସମାବେଶରେ ବରିଷ୍ଠ  କଂଗ୍ରେସ ନେତା ବିଜନ ଦାସ, ପୂର୍ବତନ ସାଂସଦ ସୁଶୀଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ଅଶୋକ ଅଧିକାରୀ, ଜ୍ୟୋତିପ୍ରକାଶ ରଥ, ଯୁଗେଶ ।ଗ୍ରୱାଲା, ଅରବିନ୍ଦ ଦାସ, ବିଜୟ କୁମାର ସିଂ, ସୁଦୀପ ମନ୍ତ୍ରୀ,ଶାନ୍ତନୁ ପାଲ, ମୀନକେତନ ବେହେରା, ପ୍ରଦୀପ ମିଶ୍ର, ଜୀବନ ବାରିକ, ସେକ ମୁସ୍ତାଫା, ଦଶରଥ ସିଂ, ସଞ୍ଜୟ ସେଠୀ, ହିତେନ୍ଦ୍ର ଲାଲ ସାହୁ, ସୁବାଷ ପାତ୍ର, ତୁଷାର ବେହେରା, ଶଶଧର ମହାପାତ୍ର, ତାରାକାନ୍ତ ବେହେରା, ସୁରେନ୍ଦ୍ର  ମହାନ୍ତ, ଗୁଣ୍ଡେ ମହାନ୍ତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମୀତା ଘୋଷାଲ, ସୁନନ୍ଦା ସାହୁ, ଇତିଶ୍ରୀ ମିଶ୍ର, ଗୌରୀ ନାଏକ, ଛାତ୍ର ନେତା ଉକ୍ରଳ ପାଲ, ଆଶିକ୍ ବାରିକ ପ୍ରମୁଖ ଯୋଗ ଦେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ଘୋର ଅବନତି ଘଟିଛି । ଖୋଦ ମୁଖ୍ୟମନ୍ତ୍ରୀ ଘରୋଇ ବିଭାଗ ଦାୟିତ୍ୱରେ ରହିଥିବା ବେଳେ ଘରୋଇ ବିଭାଗ ସ୍ଥାଣୁ ପାଲଟି ଯାଇଛି । ପୁଲିସ ନିରପେକ୍ଷ ଭାବେ ତାର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିବା ବଦଳରେ ଶାସକ ଦଳର ହାତ ବାରିସୀ ସାଜି ବିରୋଧୀ ଦଳର ନେତା ଓ କର୍ମୀମାନଙ୍କ ନାମରେ ବିଭିନ୍ନ ପ୍ରକାରର ମିଥ୍ୟା ମାମଲା ରୁଜୁ କରୁଛି । ରାଜ୍ୟରେ ଗରୀବ ଓ ସାଧାରଣ ଜନତାକୁ ନ୍ୟାୟ ମିଳିପାରୁ ନାହିଁ । ଶିଶୁ ଓ ମହିଳାମାନେ ଶାନ୍ତିରେ ରହି ପାରୁ ନାହାନ୍ତି । ସଦାସର୍ବଦା ଆତଙ୍କିତ ଅବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି ବୋଲି କାର୍ଯ୍ୟକ୍ରମରେ ବକ୍ତାମାନେ ମତ ବକ୍ତ କରିଛନ୍ତି । ଏଥି ସହିତ ଆଗାମୀ ଦିନରେ ଏହି ଆନେ୍ଦାଣକୁ ଅଧିକ ତୀବ୍ର କରାଯିବ । ରାଜ୍ୟରେ ଏହି ପ୍ରକାରର ଅପାରଗ ସରକାରକୁ ଗାଦିଚ୍ୟୁତ  କରାଇବା ପର୍ଯ୍ୟନ୍ତ କଂଗ୍ରେସ  ତାର ଆନ୍ଦୋଳନକୁ ଜାରି ରଖିବ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଦାସ ପ୍ରକାଶ କରିଛନ୍ତି । 

0
0
0
s2sdefault