"ମାଟିର ଗୈାରବ" ସମ୍ମାନରେ ସମ୍ମାନୀତ ହେଲେ ଶିକ୍ଷକ ତଥା ସମାଜସେବୀ ଦିବସ ସାହୁ
ମଧୁମୟ କଳା ସଂଗଠନ ଏବଂ ହଜାରୁ ବାଗ ଫାଉଣ୍ଡେସନ୍ ର ମିଳିତ ଆନୁକୁଳ୍ୟରେ ମଧୁମୟ କଳା ସଂଗଠନ ର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ "ସାଂପ୍ରତିକ ସ୍ଥିତିରେ ଲୋକକଳା ସଂସ୍କୃତି ଏବଂ କଳାକାର" ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁକ୍ତାକାଶ ରଙ୍ଗମଞ୍ଚ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ବରଗଡର କଂସ ଅଭିନେତା ଭୁବନେଶ୍ବର ପ୍ରଧାନ , ସମ୍ମାନିତ ଅତିଥି ଭାବେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ଆଶୁତୋଷ ରଥ , ସଂସ୍କୃତି ପ୍ରେମୀ ତଥା ସମାଜସେବୀ ବଲାଙ୍ଗିର ସୁମନ୍ତ ସୁନା ଏବଂ ମୁଖ୍ୟ ବକ୍ତା ଭାବରେ ଲୋକ ସଂସ୍କୃତି ଗବେଷକ ଡକ୍ଟର ବିରେନ୍ଦ୍ର କୁମାର ବାଗ ଓଡିଶା ଯୋଗଦେଇ ଲୋକ କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିକ୍ଷକ ତଥା ସମାଜସେବୀ ଦିବସ କୁମାର ସାହୁଙ୍କୁ "ମାଟିର ଗୌରବ"ସମ୍ମାନ ରେ ସମ୍ମାନିତ କରାଯାଇଥିଲା |
ଏଠାରେ ସୂଚନାଯୋଗ୍ୟ ଯେ ଦିବସଙ୍କ ଘର ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ବୃତ୍ତିରେ ସେ ଜଣେ ଶିକ୍ଷକ ହୋଇଥିଲେ ହେଁ ନିଜକୁ କେବଳ ଶିକ୍ଷାକତାରେ ସୀମିତ ନ ରଖି ସେ ସମାଜସେବାକୁ ବ୍ରତ ଭାବେ ପାଳନ କରିଆସୁଛନ୍ତି | ତାଙ୍କ ସହାୟତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହଜାର ହଜାର ଲୋକେ ସରକାରୀ ସହାୟତା ପାଇବାରେ ସକ୍ଷମ ହୋଇପାରିଛନ୍ତି| ପ୍ରବାସୀ ଶ୍ରମିକଙ୍କ ପାଇଁ ପୂର୍ବରୁ ଅନେକ ଥର ସଙ୍ଘର୍ଷ କରି ସଫଳତା ଲାଭ କରିଥିବାରୁ କରୋନା ମହାମାରୀ ସମୟରେ ତାଙ୍କର ଅନୁଭବ ଏବଂ ଅନୁଭୂତି କାମକୁ ଆସିଲା | ଲକଡାଉନ ପରେ ଅନେକ ପ୍ରବାସୀ ଶ୍ରମିକ ଅସୁବିଧାରେ ପଡିଥିବା ଖବର ଜାଣି ତାଙ୍କୁ ସହାୟତା ଯୋଗେଇଦେବାକୁ ସକ୍ଷମ ହେଲେ | ଅନବରତ ଭାବେ ଲୋକେ ତାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଆସୁଥିଲେ ଏବଂ ସେ ତାଙ୍କୁ ସେଠାକାର ସ୍ଥାନୀୟ ସରକାର ଏବଂ ଓଡ଼ିଶା ସରକାର ମାଧ୍ୟମରେ ସହଯୋଗ ଯୋଗେଇଦେଇ ଆସୁଥିଲେ | ସେ ତାଙ୍କ ଟ୍ୱିଟର ପ୍ଲାଟଫର୍ମ ବ୍ୟବହାର କରି ଏବଂ ଭାରତରେ ଅନେକ ଦାଦନ ଶ୍ରମିକ ମାନଙ୍କୁ ଓଡିଶାକୁ ଆଣିଛନ୍ତି। ସେ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସହ ଫୋନ୍ କିମ୍ବା ଟ୍ୱିଟର ମାଧ୍ୟମରେ ସଂଯୋଗ କରି ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ଶ୍ରମିକଙ୍କ ବିବରଣୀ ପଠାଇବା ସହିତ ଏଠାରେ ଓଡ଼ିଶାରେ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ନିଜ ସ୍ଥାନକୁ ଯିବାକୁ ବ୍ୟବସ୍ଥା କରିଥିଲେ। ସେ କୌଣସି ସ୍ଵାର୍ଥ ନ ରଖି ଅନବରତ ଭାବେ ଲୋକଙ୍କ ପାଇଁ ନିଃସ୍ୱାର୍ଥପର ସେବା ଯୋଗେଇଦେଇଅସୁଛନ୍ତି | ସେ ଜଣେ ସାମାଜିକ କର୍ମୀ ଭାବରେ ଏପରି ସେବା କରନ୍ତି ଯାହା ଲକ୍ଷ ଲକ୍ଷ ଯୁବକମାନଙ୍କ ପାଇଁ ସ୍ମରଣୀୟ ଏବଂ ପ୍ରେରଣା ଅଟେ | ଏହି ମହାମାରୀ ଆରମ୍ଭରୁ ସେ ତାଙ୍କର ସାମାଜିକ ଗଣମାଧ୍ୟମ ବ୍ୟବହାର କରିଥିଲେ ଏବଂ ବିଭିନ୍ନ ଭାରତରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ହଜାର ହଜାର ଶ୍ରମିକଙ୍କୁ ସାହାଯ୍ୟ କରିଥିଲେ। ସେ ତେଲେଙ୍ଗାନା ଫସି ରହିଥିବା ଅତିଥି ଶ୍ରମିକମାନଙ୍କ ପାଇଁ ତିନି ମାସର ଖାଦ୍ୟ ବ୍ୟବସ୍ଥା କରିଥିଲେ | ଅନେକ ସମୟରେ ସରକାରୀ ସୁବିଧା ପହଞ୍ଚାଇ ନ ପାରିଲେ ନିଜ ପକେଟରୁ ମଧ୍ୟ ଖର୍ଚ୍ଚ କରିଥିଲେ ଏବଂ ଆକାଉଣ୍ଟ ମାଧ୍ୟମରେ ପଇସା ପଠେଇ ସହାୟତା କରିଥିଲେ. କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ ସମେତ ପ୍ରାୟ ୨୦ ଟି ରାଜ୍ୟ ସରକାର ସହ ସେ ଯୋଗାଯୋଗ ସ୍ଥାପନ କରି ଓଡ଼ିଶାର ପ୍ରାୟ ୪ ହଜାର ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶାକୁ ଫେରାଇ ଆଣିବାକୁ ସକ୍ଷମ ହୋଇଥିଲେ | ସେଥିମଧ୍ୟରୁ ତାମିଲନାଡୁ ରୁ ଗୋଟିଏ ଟ୍ରେନରେ ଭୁଲବଶତଃ ଏକ ହଜାର ଓଡ଼ିଆ ଶ୍ରମିକଙ୍କୁ ବିହାର ନେଇଯାଉଥିବା ଜାଣିବା ପରେ କେନ୍ଦ୍ର ରେଳବିଭାଗ କୁ ଯୋଗଯୋଗ କରି ସୁରକ୍ଷିତ ଭାବେ ଓଡିଶାକୁ ଫେରାଇ ଆଣିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା | ଓଡିଶା ଭିତରେ ଫସିଥିବା ଅନ୍ୟ ରାଜ୍ୟର ପ୍ରାୟ ୧୦୦ ଜଣ ଲୋକଙ୍କୁ ମଧ୍ୟ ଦିବସ ତାଙ୍କ ରାଜ୍ୟକୁ ପଠେଇବା ପାଇଁ ବ୍ୟବସ୍ଥା କରିଥିଲେ | ଗଣମାଧ୍ୟମ ରେ ଚର୍ଚାକୁ ଆସିବାକୁ ପସନ୍ଦ କରୁନଥିବାରୁ ଅନେକ ଲୋକେ ତାଙ୍କ ବିଷୟରେ ଅବଗତ ନାହାନ୍ତି | ଦିବସଙ୍କ ମତରେ ବର୍ତ୍ତମାନ ସମୟରେ ଲୋକେ ଲୋକଙ୍କୁ ସହାୟତା କରୁନଥିବାରୁ ସମସ୍ୟା ମାନେ ବଢିଚାଲୁଚି | ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଲୋକଙ୍କ ସହାୟତା ପାଇଁ ହାତ ବଢାନ୍ତେ ତେବେ ସମାଜର ଉନ୍ନତି ସାଧିତ ହୁଅନ୍ତା ଏବଂ ସମାଜରେ ଭାଇଚାରାର ବାର୍ତା ପ୍ରସାରିତ ହୁଅନ୍ତା | ବାସ୍ତବିକ ଦିବସ ବର୍ତ୍ତମାନ ସମାଜର ସମସ୍ତ ଗୋଷ୍ଠୀଙ୍କ ପାଇଁ ଏକ ଉଦାହରଣ ସାଜିବା ସହ ପ୍ରେରଣାର ଉତ୍ସ ସାଜିଛନ୍ତି |