ଝାରସୁଗୁଡ଼ା(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର ସମାଜସେବୀ ସଂସ୍ଥା ମାନବ ସେବା ସଂଘ ପକ୍ଷରୁ ଆଜି ଜିଲ୍ଲା ମୂଖ୍ୟ କାରାଗାରରେ ଅନ୍ତେବାସିନୀମାନଙ୍କୁ ସିଲେଇ କାର୍ଯ୍ୟ ଶିଖିବା ପାଇଁ ଏକ ସିଲେଇ ମେସିନ ଦାନ କରାଯାଇଥିଲା। ଏହି ଅବସରରେ ସଂଘର ଅଧ୍ୟକ୍ଷ ଶ୍ରୀ ସୁଭାଷ ସହାରେଙ୍କ ସହ ସଦସ୍ୟ ରମେଶ ଗାନ୍ଧୀ, ମାନସ ସିହ୍ନା, ସରୋଜ କୁମାର ସିଂହ, ମେହେବୁବ ମେହତାବ ତଥା ବୀଣାପାଣି ଦାସ ଉପସ୍ଥିତ ରହିଥିଲେ। ମାନବ ସେବା ସଂଘର ଏହି କାର୍ଯ୍ୟକୁ ପ୍ରଶଂସା କରି ଜେଲର ଶ୍ରୀ ଦେବେନ୍ଦ୍ର କୁମାର ଥାତି ଧନ୍ୟବାଦ ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ ଯେ ମାନବ ସେବା ସଂଘ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ବ୍ୟକ୍ତିଗତ ଓ ସାମାଜିକ ସମସ୍ୟା ସମୟରେ ଛିଡ଼ା ହୋଇ ସେମାନଙ୍କୁ ଆର୍ଥିକ ଓ ନୈତିକ ଭାବରେ ସହାୟତା ଯୋଗାଇ ଦେଇ ଥାଆନ୍ତି। ଏହି ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଦାରିଦ୍ର୍ୟ ଯୋଗୁଁ ପାଠ ପଢ଼ି ନ ପାରୁଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଅନ୍ତି।
ରାଜ୍ୟ
ମାନବ ସେବା ସଂଘ ପକ୍ଷରୁ ଜେଲ ଅନ୍ତେବାସିନୀଙ୍କୁ ସିଲାଇ ମେସିନ ପ୍ରଦାନ।
- Hits: 316