ପ୍ରଥମ ଦିନରେ ୧୪୦ ଚାଷୀଙ୍କ ଠାରୁ ୪୩୯୦.୩୦ କ୍ୟୁଣ୍ଟାଲ ଧାନ ସଂଗୃହୀତ ହେଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଚଳିତ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ଯୋଗାଣ ଓ ସମବାୟ ବିଭାଗ ସହାୟତାରେ ପ୍ରଥମ ଦିନରେ ଜିଲ୍ଲାର ବାଙ୍ଗିରିପୋଷି, ଶାମାଖୁଣ୍ଟା, ବି.ସି.ପୁର, ରାଇରଙ୍ଗପୁର, ବହଳଦା, ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁ, ପାଟବିଲ, ମହୁଲଡ଼ିହା ଓ ଶୁକୃଳି ଆଦି ସ୍ଥାନରେ ମୋଟ ୧୨ଟି ଧାନ ମଣ୍ଡି ଖୋଲା ଯାଇ ୧୪୦ ଜଣ ପଞ୍ଜିକୃତ ଚାଷୀମାନଙ୍କ ନିକଟରୁ ମୋଟ ୪୩୯୦.୩୦ କ୍ୱୁ୍ୟଣ୍ଟାଲ ଧାନ ସଂଗୃହୀତ ହୋଇଛି । ଜିଲ୍ଲା କୃଷି ବିଭାଗ ଆକଳନ ଅନୁଯାଇ ଚଳିତ ବର୍ଷ ଜିଲ୍ଲାରେ ଖରିଫ ଧାନ ୯ ଲକ୍ଷ ୮ହଜାର ୭ଶହ ୫୯ ମେଟ୍ରିକଟନ ଧାନ ଉତ୍ପାଦନ ହେବାର ଆକଳନ କରାଯାଇଛି ଓ ୯ ଲକ୍ଷ ୪୫ ହଜାର କ୍ୟୁଣ୍ଟାଲ ଧାନ ସଂଗ୍ରହ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ଅନଲାଇନରେ ଚାଷୀ ନିଜର ପରିଚୟ ପତ୍ର, ଚାଷଜମି ପରିମାଣ / ବଳକା ଧାନ ବିକ୍ରୟ କରିବା ପରିମାଣ ଆଦି ସବିଶେଷ ତଥ୍ୟ ସମ୍ମଳିତ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଥିଲା ଏବଂ ଚାଷୀମାନେ ଲ୍ୟାମ୍ପ, ସମବାୟ ସମିତି ମାଧ୍ୟମରେ ସେମାନଙ୍କର ନାମ ପଞ୍ଜିକୃତ କରିଥିବାର ଜଣାଯାଇଛି । ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସୁପରି ଚଳନା ପାଇଁ ଜିଲ୍ଲା ଯୋଗାଣ, ଆର୍ଏମ୍ସି ଏବଂ ଡିଆର୍ସିଏସ୍ ବିଭାଗ ତତ୍ୱାବଧାନରେ ଜିଲ୍ଲାରେ ଥିବା ୫୨ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ), ଲ୍ୟାମ୍ପସ୍ ଜରିଆରେ ଚାଷି ମାନଙ୍କ ସୁବିଧା ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ ମୋଟ୍ ୧୦୦ଟି ଧାନ କ୍ରୟ କେନ୍ଦ୍ର(ମଣ୍ଡି) ଖୋଲା ଯିବାର ବ୍ୟବସ୍ଥା କରାଯାଇଛି । ଚାଷୀମାନଙ୍କୁ ଧାନ ବିକ୍ରୟ ସକାଶେ ସାତ ଦିନ ପୂର୍ବରୁ ଟୋକନ୍ ଦିଆଯାଇଛି ଓ ନିର୍ଦ୍ଧାରିତ ଥିବା ତାରିଖରେ ଚାଷୀ ସେମାନଙ୍କ ନିକଟସ୍ଥ ଧାନକ୍ରୟ (ମଣ୍ଡି) କୁ ଧାନ ପହାଂଚାଇବେ ଏବଂ ସେହିଦିନ ହିଁ ଧାନ କ୍ରୟ କରାଯିବ । ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଧାନର ସହାୟକ ମୂଲ୍ୟ ଯଥାକ୍ରମେ ଏଫ୍ଏକୁ୍ୟ ଗ୍ରେଡ‘ଏ’ ମାନ ଧାନର ମୂଲ୍ୟ କୁ୍ୟଣ୍ଟାଲ ପ୍ରତି ୧୮୮୮ଟଙ୍କା ଏବଂ ସାଧାରଣ ଏଫଏକୁ୍ୟ ମାନ ଧାନର ମୂଲ୍ୟ କୁ୍ୟଣ୍ଟାଲ ପ୍ରତି୧୮୬୮ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ ବିକ୍ରୟ ନିମନ୍ତେ ଚାଷୀମାନେ ପଞ୍ଜିକୃତ କରିଥିବା ନିଜର ପରିଚୟ ପତ୍ର ସଂଗରେ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇରିସ୍ ସ୍କାନର (ଆଖି ସ୍କାନ) ଓ ମେଟ୍ରିକ ପଦ୍ଧତିରେ ଜରିଆରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ / କ୍ରୟ କରାଯିବ । ବିକ୍ରୟ ଧାନର ସହାୟକ ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ପାସ ବହିରେ ୨୪ଘଂଟା ମଧ୍ୟରେ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯିବ । ସେହିପରି ନିର୍ଦ୍ଧାରିତ ଥିବା ସମସ୍ତ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ର ସୁପରିଚାଳନା ପାଇଁ ଜିଲ୍ଲା ତଥା ଉପଖଣ୍ଡସ୍ତରୀୟ ବରିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲା ଯୋଗାଣ ବିଭାଗ / ଡିଆର୍ସିଏସ୍ ବିଭାଗୀୟ କ୍ଷେତ୍ର ଅଧିକାରୀ ମାନଙ୍କ ସମନ୍ନୟ ରକ୍ଷାକରି କାର୍ଯ୍ୟ ତ୍ୱରାନ୍ନିତ କରାଯିବାକୁ ପରାର୍ମଶ ଦିଆଯାଇଛି । ଧାନକ୍ରୟ ସଂପର୍କିରେ ପଞ୍ଜିକୃତ ଚାଷୀମାନଙ୍କୁ ସୂଚନା ଦିଆଯିବାର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଧାନ ସୁରକ୍ଷିତ ପାଇଁ ଆବଶ୍ୟକୀୟ ତାରପୋଲିନସେଡ୍, କ୍ୟାପଷ୍ଟୋରେଜ୍ (ଗଓଡାଉନ) ଓ ଧାନରମାନ ଓ ଗୁଣବତା ପରୀକ୍ଷା ପାଇଁ ଆବଶ୍ୟକୀୟ ଯଥା ବୈଦୁ୍ୟତିକ ଓଜନ ମାପଯନ୍ତ୍ର, ଆଇରିସ୍ ସ୍କାନର ସହ ଚାଷି ମାନଙ୍କ ସୁବିଧା ପାଇଁ ପାନୀୟଜଳ, ବିଶ୍ରାମ ସ୍ଥଳ, ଶୌଚାଳୟ ଆଦି ସମସ୍ତ ପ୍ରକାର ଆନୁସଂଗିକ ବ୍ୟବସ୍ଥା ଆରଏମସି ପକ୍ଷରୁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ଧାନର ମାନ / ଗୁଣବତା ଓ ଧାନକ୍ରୟ କାର୍ଯ୍ୟକ୍ରମର ସୁପରିଚାଳନା ଓ ତଦାରଖ ପାଇଁ ଉପଖଣ୍ଡ ଓ ବ୍ଲକସ୍ତରରେ ଯଥାକ୍ରମେ ସଂପୃକ୍ତ ଉପଜିଲ୍ଲାପାଳ, ବି.ଡି.ଓ ଙ୍କ ତତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ସ୍କୁାଡ୍ ଦ୍ୱାରା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିି । ନିର୍ଦ୍ଦେଶାବଳୀନୁସାରେ ଧାନ ସଂଗ୍ରହ ମଣ୍ଡିରେ କିଣାଯାଇଥିବା ଧାନ ବସ୍ତା ୨୪ ଘଂଟା ମଧ୍ୟରେ ମଣ୍ଡିରୁ ଉଠାଇନେବାକୁ ସମସ୍ତ ମିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ସମସ୍ତ ମଣ୍ଡିରେ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ କରି ଧାନ ଆନୁଷ୍ଠାନିକ ଭାବେ ଧାନ କ୍ରୟ ମଣ୍ଡିକୁ ଶୁଭ ଉଦଘାଟନ କରାଯାଇଛି ।









