ଭୁନନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ମୋ ସରକାର ୫-ଟିକୁ ମିଳିଛି ବାହାବା | ଟେକ୍ନୋଲୋଜି ଦ୍ଵାରା ପ୍ରଶାସନିକ ସଂସ୍କାର ଆଣିବାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଡିଜିଟାଲ ଗଭର୍ନନ୍ସ ବର୍ଗରେ "ମୋ ସରକାର" ପାଇଛି "ଉତ୍କର୍ଷତା ପୁରସ୍କାର" | ମୋ ସରକାର ମାଧ୍ୟମରେ ଲୋକଙ୍କ ନିକଟରେ ବିଭିନ୍ନ ସେବା ଉପଲବ୍ଧିକୁ ସୁଗମ କରାଇବାରେ ଓ ପ୍ରଶାସନିକ ସ୍ୱଚ୍ଛତା ଆଣିବାରେ ସଫଳ ହୋଇ ଥିବା ଯୋଗୁ ଏହି ପୁରସ୍କାର ମିଳିଛି ଦଶମ ଇ ଲେଟସ ଏକ୍ସଚେଞ୍ଜ ସମିଟ ଆଣ୍ଡ ଆୱାର୍ଡ କାର୍ଯ୍ୟକ୍ରମ ଅବସରରେ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି |