"ଶିଶୁ ଅଧିକାର ହିଁ ଦେଶର ଅଧିକାରକୁ ସାବ୍ୟସ୍ତ କରିପାରିବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ

ଭୁବନେଶ୍ୱର, (ଶାସକ ପ୍ରଶାସକ):   ଶିଶୁମାନେ ହେଉଛନ୍ତି ସମାଜର ସବୁଠାରୁ ସମ୍ଭାବନାରେ ପରିପୂର୍ଣ୍ଣ ବର୍ଗା ସେମାନେ ରାଜ୍ୟ ଓ ଦେଶର ଭବିଷ୍ୟତା ସେମାନ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ସାମାଜିକ ସୁର କ୍ଷାକୁ ସୁନିଶ୍ଚିତ କରି ସେମାନଙ୍କୁ ଏକ ସମ୍ମାନଜନକ ସୁରକ୍ଷିତ ଜୀବନ ପ୍ରଦାନ କରିବା ଦିଗରେ ପରିବାର, ସମାଜ, ଗୁରୁ, ସରକାର ଏବଂ ନାଗରିକ ସଂଗଠନଗୁଡ଼ିକର ଗୁରୁଦାୟିତ୍ୱ ରହିଛିା ଶିଶୁମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷିତ କରି ରଖିବା  ଦ୍ୱାରା ଦେଶ ଓ ଜାତିର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ସମ୍ଭବା ଶିଶୁ ଅଧିକାର ହିଁ ଦେଶର ଅଧିକାରକୁ ସାବ୍ୟସ୍ତ କରିପାରିବ ଏବଂ ଏଥି ପାଇଁ ସମଷ୍ଟିଗତ ପ୍ରୟାସ ଆବଶ୍ୟକ ବୋଲି ନଭେମ୍ବର ୨୦ ତାରିଖ ବିଶ୍ୱ ଶିଶୁ ଅଧିକାର ଦିବସ ପାଳନ ଅବସରରେ ବହୁ ବିଶିଷ୍ଟ ଅତିଥି ମତବ୍ୟକ୍ତ କରିଛନ୍ତିା

ଆଜି ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଗ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉତ୍ସବ ରେ ଶିଶୁ ଅଧିକାର ସଂପର୍କରେ ସଚେତନତା ବୃଦ୍ଧି କରିବା ତଥା ଶିଶୁମାନଙ୍କ ସାମାଜିକ, ଶାରୀରିକ, ମାନସିକ ବିକାଶ ନିମନ୍ତେ ଆବଶ୍ୟକ ବିଭିନ୍ନ ପଦକ୍ଷେପଗୁଡ଼ିକ ସଂପର୍କରେ ବକ୍ତାମାନେ ଆଲୋକପାତ କରିଥିଲୋ ଆୟୋଗର ଅଧ୍ୟକ୍ଷା ସ୍ୱାଗତ ଭାଷଣ ଦେବା ସହ ଶିଶୁ ଅଧିକାରର ସୁରକ୍ଷା ଦିଗରେ ଆୟୋଗର ଆଭିମୁଖ୍ୟ ସଂପର୍କରେ ଧାରଣା ପ୍ରଦାନ କରିଥିଲୋ ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି "ବାଲ୍ୟବିବାହ ସମାପ୍ତିକୁ ସୁନିଶ୍ଚିତ କରାଇବା: ଶିଶୁ ସୁରକ୍ଷା ପ୍ରଣାଳୀକୁ ମଜବୁତ କରିବାା'

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବାଲ୍ୟବିବାହ ପ୍ରସଙ୍ଗ ଉପରେ ନିଜର ମତ ରଖି  କହିଥିଲେ, "ବାଲ୍ୟବିବାହ ଏକ ଘୃଣ୍ୟ ସାମାଜିକ ପ୍ରଥା ଏବଂ ବାଲ୍ୟବିବାହ ରୋକିବା ନିମନ୍ତେ ଓଡ଼ିଶା ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତିା ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ସହ କ୍ଷେତ୍ର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛିା ଗୋଷ୍ଠୀ ସ୍ତରରେ ସଚେତନତା ସୃଷ୍ଟି ପାଇଁ ମହିଳା ଏସ୍ଏଚଜି  ଏବଂ ଅଙ୍ଗନବାଡ଼ି କର୍ମୀମାନେ ସମସ୍ତ ଉଦ୍ୟମ କରୁଛନ୍ତିା ବାଲ୍ୟବିବାହମୁକ୍ତ ଓଡ଼ିଶା ନିର୍ମାଣ ପାଇଁ ଆମକୁ ଆହୁରି କ୍ରିୟାଶୀଳ ହେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲୋ

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସଦ ଡ. ଅଚ୍ୟୁତ  ସାମନ୍ତ କହିଥିଲେ, ଶିଶୁମାନଙ୍କ ବିକାଶ ଦିଗରେ ଶିକ୍ଷାର ଗୁରୁତ୍ୱ ସର୍ବାଧିକା ତେଣୁ ପ୍ରତ୍ୟେକ ଶିଶୁ ଯେଭଳି ଉପଯୁକ୍ତ ଶିକ୍ଷା ପାଇବେ ସେଥିପାଇଁ ସବୁସ୍ତରରେ ଉଦ୍ୟମ ହେବା ଜରୁରୀା ଶିଶୁମାନଙ୍କ ସଂପର୍କିତ ସମସ୍ତ ଅଭିଯୋଗର ଦାଖଲ, ଶୁଣାଣି ଏବଂ ଅଭିଯୋଗର ସମାଧାନ ପାଇଁ ରାଜଧାନୀ ଭୁବନେଶ୍ୱରଠାରେ ଏକ ଶିଶୁ ଥାନା ପ୍ରତିଷ୍ଠା ନିମନ୍ତେ ଡ. ସାମନ୍ତ ପ୍ରସ୍ତାବ ଦେଇଥିଲୋ

ଅନ୍ୟମାନଙ୍କ ମଧ୍ୟରେ କ୍ରାଇମବ୍ରାଞ୍ଚ ଡିଆଇଜି ଶ୍ରୀ ଅମିତେନ୍ଦ୍ର ସିହ୍ନା , ଶ୍ରମ ଆୟୁକ୍ତ  ଶ୍ରୀ ଏନ୍. ତିରୁମାଲା ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ଓ୍ୱାଲର୍ଡ ଭିଜନ୍, ଇଣ୍ଡିଆର ସହଯୋଗୀ ନିର୍ଦ୍ଦେଶକ ମି. ମାର୍ସିବୋର୍ ଏସ୍. ଲିଙ୍ଗ୍ଡୋ, ସେଭ୍ ଦି ଚିଲ୍ଡ୍ରେନ୍ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସାମଗ୍ରିକ ବିକାଶ ଦିଗରେ ବିଭିନ୍ନ ପ୍ରସଙ୍ଗ ଏବଂ ଆହ୍ୱାନ ଉପରେ ସବିଶେଷ ଆଲୋକପାତ କରିଥିଲୋ

ବାଲ୍ୟବିବାହ ରୋକିବା ଦିଗରେ ନିଜ ଅଞ୍ଚଳରେ ସୂତ୍ରଧର ସାଜିଥିବା ଶିଶୁ ଚାମ୍ପଅିନ୍ କନ୍ଧମାଳ ଜିଲ୍ଲା  କେ. ନୂଆଗାଁ ବ୍ଲକର  ଯମୁନା ପ୍ରଧାନ ଏବଂ ନୂଆପଡ଼ା ଜିଲ୍ଲାର ଶାଳିନୀ ସାହୁ ଏବଂ ସମ୍ବଲପୁର ଜିଲ୍ଲାର ଶୋଭନା ସାହୁ ପ୍ରମୁଖ ନିଜର ଅଭିଜ୍ଞତା ଏବଂ ଅନୁଭୂତି ସଂପର୍କରେ କହିଥିଲୋ

ପ୍ରାରମ୍ଭରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମା ଶିଶୁ ସୁରକ୍ଷା ସଚେତନତା ବାର୍ତ୍ତା ବହନକାରୀ ରଥର ଉଦ୍ଘାଟନ କରିଥିଲୋ ଏହି ରଥ ଖୋର୍ଦ୍ଧା, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା, ଶିଶୁ ଶିକ୍ଷା ଓ ଯତ୍ନର ବାର୍ତ୍ତା ସହିତ ୨୦ ଦିନ ଭ୍ରମଣ କରିବା କୋଭିଡ୍-୧୯ ସମୟରେ ଶିଶୁମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ପ୍ରାକ୍ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ଭିଡ଼ିଓ "ଗୁଲମୋହର' ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲାା ଓଡ଼ଶିା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକମ ପରିଚାଳନା କରିଥିଲୋ

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମାଜକଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ୍, ଓଟିଡିସିର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷା କ୍ୱାମାର ସୁଲତାନା, ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମନ୍ଦାକିନୀ କର, ଦିବ୍ୟା ଶାଶ୍ୱତୀଙ୍କ ସମେତ ଜିଲ୍ଲାସ୍ତରର ଶିଶୁ କଲ୍ୟାଣ କମିଟିର ସଭାପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ସମେତ ବହୁ ସ୍ଵେଛାସେବୀ ଅନୁଷ୍ଠାନ, ନାଗରିକ ସଂଗଠନ, ଶିଶୁ, କିଶୋର ଏବଂ ଯୁବ ଚାମ୍ପିଆନମାନେ  ଅନ୍ଲାଇନରେ  ଅଂଶଗ୍ରହଣ କରିଥିଲୋ 

 

0
0
0
s2sdefault