ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ଅଗ୍ରସେନଭବନଠାରେ ମୁକୁଲ ମାଧବ ଫାଉଣ୍ଡେସନ ଏବଂ ଫିନୋଲେକ୍ସ ପାଇପ କମ୍ପାନୀ ତରଫରୁ ୫ଶହ ଗରିବ ଓ ଅସହାୟ ଲୋକଙ୍କୁ ସୁଖା ରାସନ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଦୀପକ ଏଂଟରପ୍ରାଇଜେସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଏହାକୁ ବଂଟନ କରିଥିଲେ । ମହାମାରୀ କରୋନା କାଳରେ ଗରିବ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପରିବାର ପୋଷଣ କରିବା କଷ୍ଟକର ହୋଇ ପଡୁଛି । ଏପରି ସ୍ଥିତିରେ ଫିନୋଲେକ୍ସ କଂପାନୀ ତରଫରୁ ସୁଖା ରାସନ ଯଥା ଚାଉଳ,ଅଟା,ତେଳ,ଚିନି,ସାବୁନ,ସୁଜି,ଚାହା ଆଦି ଅତ୍ୟାବଶ୍ୟକୀୟ ୧୮ ପ୍ରକାର ସାମଗ୍ରୀକୁ ଏକ ପ୍ୟାକେଟରେ ଭର୍ତି କରି ବଂଟନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା,ସରପଂଚ ଜୀତେନ ଭୋଇ,ଫିନୋଲେକ୍ସ କଂପାନୀର ଓଡିଶା ମୁଖ୍ୟ ରଣଜୀତ ବିଶ୍ୱାଳ,ସିନିୟର ଏକଜିକ୍ୟୁଟିଭ ସୁନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସୋହେଲା ଅଚଂଳର ଗରିବ ଶ୍ରେଣୀର ଲୋକେ ଉପକୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରମେଶ କୁମାର ଅଗ୍ରୱାଲ,ରାଜେଶ କୁମାର ଅଗ୍ରୱାଲ,ହରି ଅଗ୍ରୱାଲ,ବିକ୍କି ଅଗ୍ରୱାଲ,ବଂଟୁ ଅଗ୍ରୱାଲ,ଅମୀତ ଅଗ୍ରୱାଲ,ଆଲୋକ କୁମାର ଅଗ୍ରୱାଲ,ହିରୋ ମାଝି,କେଶବ ମାଝି,ନୀଲୁ ଝାଙ୍କର,ଅମିଲାଲ ପଧାନ,ଶ୍ରୀକାନ୍ତ ସେନାପତି,ବେଦବ୍ୟାସ ପଧାନ ପ୍ରମୁଖ ସହଯୋଗ କରିଥିଲେ ।