ଭାରସାମ୍ୟ ହରେଇ ବ୍ରିଜ ତଳକୁ ଖସିଲା ବାଇକ,ଜଣେ ମୃତ ଜଣେ ଗୁରୁତର.. 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନୁଗୋଳ/ସନ୍ତୋଷ ମେହେର : ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ରାଇବାହାଳ ବ୍ରିଜଠାରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି I ମିଳିଥିବା ସୂଚନା ମୁତାବକ ଆଠମଲ୍ଲିକ ତେଲିସାହିର ଭୀମସେନ ମଲ୍ଲିକ ଓ  ବିନୋଦ ପାଣ୍ଡେ ବାଇକ ଯୋଗେ କିଶୋରନଗର ଅଞ୍ଚଳରୁ ବାଇକ ଯୋଗେ (OD19H4680) ନିଜ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରେଇ ରାଇବାହାଳ ବ୍ରିଜଠାରେ ଦୁର୍ଘଟଣା ଘଟିଥିଲା ଫଳରେ ଘଟଣାସ୍ଥଳରେ ବିନୋଦ ପାଣ୍ଡେଙ୍କର ମୃତ୍ୟୁ ଘଟିଥିବା ବେଳେ ଭୀମସେନ ମଲ୍ଲିକ ଗୁରୁତର ଅଛନ୍ତି I ଘଟଣା ସ୍ଥଳରେ କିଶୋରନଗର ପୋଲିସ ପହଂଚି ଗୁରୁତର ମଲ୍ଲିକଙ୍କୁ ଆମ୍ବୁଲାନ୍ସ ଯୋଗେ କିଶୋରନଗର ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଛବା ସହିତ ଅଧିକ ତଦନ୍ତ କରୁଛନ୍ତି I

0
0
0
s2sdefault