ହେଡଲାଇନସ୍:

ଡ଼ରବାନ ଠାରେ ମିସେସ୍ ଇଣ୍ଡିଆ ୟୁନିଭରସ୍ କ୍ୱାରେଣ୍ଟାଇନ କୁଇନ୍ ପ୍ରତିଯୋଗିତାରେ ଯୋଗ ଦେବେ ଓଡ଼ିଆ ଝିଅ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିସେସ୍ ଇଣ୍ଡିଆ ସୁନ୍ଦରୀ ଟାଇଟଲ୍ ହାସଲ କଲେ ସନ୍ଧ୍ୟାରାଣୀ

ରାୟଗଡ(ସରୋଜ ସାହୁ) : ନୂଆଦିଲ୍ଲୀର ନିଉଟଲ ପୁଲମାନରେ ହୋଇଥିବା ମିସେସ୍ ଇଣ୍ଡିଆ ୱାନ ଇନ ମିଲିୟନ ଦ୍ୱାରା ଆୟୋଜିତ ମିସେସ୍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତା ହେଲେ ଜଣେ ମାତ୍ର ଓଡିଆ ଝିଅ ଶ୍ରୀମତି ସନ୍ଧ୍ୟାରାଣୀ ଦଳାଇ । ଏହାସହ ଶ୍ରୀମତି ଦଳାଇ ମିସେସ୍ ଇଣ୍ଡିଆ ୟୁନିଭରସ୍ କ୍ୱାରେଣ୍ଟାଇନ କୁଇନ୍ ୨୦୨୦ ପାଇଁ ମଧ୍ୟ ଶ୍ରେଷ୍ଠ  ୫ ଜଣ ପ୍ରତିଯୋଗିଙ୍କ ମଧ୍ୟରେ ଶ୍ରେଷ୍ଠ  ବିବେଚିତ ହୋଇ ୨-୩ ମାସ ପରେ ସାଉଥଆଫ୍ରିକାର ଡ଼ରବାନ ଠାରେ ହେବାକୁଥିବା ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଥିବା ସେ ପ୍ରକାଶ କରିଥିଲେ । ବିସ୍ତୃତ ବିବରଣୀରୁ ପ୍ରକାଶ ଯେ, ଓଡିଶା ରାୟଗଡ ଜିଲ୍ଲାର ସଦର ମହକୁମା ନିଉକୋଲନୀର ବାସିନ୍ଦା ଓ ରାୟଗଡ ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ଝିଅ ଶ୍ରୀମତି ସନ୍ଧ୍ୟାରାଣୀ ଦଳାଇ ମିସେସ୍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତା ନିମନ୍ତେ ଅନଲାଇନରେ ହୋଇଥିବା ବିଭିନ୍ନ ଚୟନ ପ୍ରକ୍ରିୟାରେ ଶ୍ରେଷ୍ଠ ବିବେଚିତା ହୋଇ ନୂଆଦିଲ୍ଲୀର ନିଉଟଲ ପୁଲମାନରେ ହୋଇଥିବା ମିସେସ୍ ଇଣ୍ଡିଆ ୱାନ ଇନ ମିଲିୟନ ଦ୍ୱାରା ଆୟୋଜିତ ମିସେସ୍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେହି ପ୍ରତିଯୋଗିତାରେ ଦେଶରୁ ପ୍ରାୟ ୬୦ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ ଓ ଓଡିଶାରୁ ଜଣେ ମାତ୍ର ଓଡିଆ ଝିଅ ସନ୍ଧ୍ୟାରାଣୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀମତି ଦଳାଇ ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ଚୟନ ପ୍ରକ୍ରିୟାରେ ଦେଶର ଶ୍ରେଷ୍ଠ ୫ ଜଣ ପ୍ରତିଯୋଗିଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତା ହୋଇ ମିସେସ୍ ଇଣ୍ଡିଆ ସୁନ୍ଦରୀ ଟାଇଟଲ ହାସଲକରିଥିଲେ ।

ଶ୍ରୀମତି ସନ୍ଧ୍ୟାରାଣୀ ଦଳାଇ ଉକ୍ତ ଟାଇଟଲ ହାସଲ କରି ଆମ ରାଜ୍ୟ ଓଡିଶା, ରାୟଗଡ ଜିଲ୍ଲା ଓ ନିଜ ପରିବାରଙ୍କୁ ଗୌରାନ୍ୱୀତ କରିଛନ୍ତି । ସେ ଏହାର ଶ୍ରେୟ ସ୍ୱାମୀ ମିଥୁନ ଦଳାଇଙ୍କୁ ଦେଇଥିବା ବେଳେ ତାଙ୍କରି ପ୍ରେରଣାରେ ସେ ଆଜି ଏତେ ବାଟ ଆଗେଇ ପାରିଥିବା ଖୁସିର ସହ ପ୍ରକାଶ କରିଥିଲେ ।    

0
0
0
s2sdefault