ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅନୁସାରେ ଓଡ଼ିଶାରେ ବାଲ୍ୟବିବାହର ସ୍ଥିତି ଉଦ୍ ବେଗ ଜନକ ଥିବାବେଳେ ଗଜପତି ଜିଲ୍ଲାର ସ୍ଥିତି ବି ଖରାପ ଅଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବୁଧବାର ଦିନ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ତିଆରି ହେବା ସହ ଏହାର ପ୍ରଥମ ବୈଠକ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଟାସ୍କଫୋର୍ସରେ ଜିଲ୍ଲାପାଳ ଅଧ୍ୟକ୍ଷ ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆବାହକ ଏବଂ ସହ-ଆବାହକ ଅଛନ୍ତି। ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ପ୍ରକଳ୍ପ ନିର୍ଦ୍ଦେଶକ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ଜିଲ୍ଲା ଚିକିତ୍ସା ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ , childline ର ସଦସ୍ୟ ଓ ବେସରକାରୀ ଅନୁଷ୍ଠାନର ସଭ୍ୟ ରହିଛନ୍ତି।। 

ଜିଲ୍ଲାରେ ବାଲ୍ୟବିବାହର ସ୍ଥିତି ଏବଂ ତାହାର କାରଣ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହା ଦ୍ବାରା କିଶୋରୀ ଅନ୍ତଃସତ୍ତ୍ଵା , କମ୍ ଓଜନର ଛୁଆ ଜନ୍ମ ହେବା , ଅପପୃଷ୍ଟି , ରକ୍ତହିନତା ଇତ୍ୟାଦି ରୋଗରେ ପୀଡିତ ହୋବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସର ପ୍ରମୁଖ ହେଲା- (୧) ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା (୨) ବିଭିନ୍ନ ବିଭାଗ ଗୁଡ଼ିକୁ ଜଡ଼ିତ କରାଇବା  (୩) ଲୋକମାନଙ୍କ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା (୪) ହେବାକୁ ଥିବା ବାଲ୍ୟବିବାହକୁ କିପରି ବନ୍ଦ କରାଯିବ ତାହା ଉପରେ ଯୋଜନା ପ୍ରସ୍ତୁତ କରିବା (୫) ଉଦ୍ଧାର ହୋଇଥିବା ଝିଅ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା କରିବା  (୬) ଦୋଷୀଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନତଃ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ମାନଙ୍କରେ କିପରି ଯଥାଶୀଘ୍ର ଟାସ୍କଫୋର୍ସ ଗଠନ କରାଯିବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିବା ସହ ବାଲ୍ୟ ବିବାହ  ଉପରେ ଜିଲ୍ଲାର ସ୍ଥିତି ପାଇଁ ଏକ ନମୁନା ସର୍ଭେ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା। 

ଆଗାମୀ ଦିନରେ ପ୍ରତି ଗ୍ରାମକୁ କିପରି ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯିବ ତାହା ଉପରେ ଆଲୋଚନା କରି ବ୍ୟାପକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।  ଏହି ବୈଠକରେ ଉପ-ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥି , ପ୍ରକଳ୍ପ ପ୍ରଶାସକ , ଆଇଟିଡ଼ିଏ ସରୋଜ ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ପ୍ରକଳ୍ପ ସଂଯୋଜକ , ମିଶନ ଶକ୍ତି  ରଶ୍ମି ରଞ୍ଜନ ସେଠୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ  ମିନତି ଦେଇ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଉନ୍ଫପା ଜିଲ୍ଲା ପ୍ରତିନିଧି  ସଂଯୁକ୍ତା ତ୍ରିପାଠୀ ଓ ଆକ୍ସନ aid ର ପ୍ରତିନିଧି  ପ୍ରବୋଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault