ହେଡଲାଇନସ୍:

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର : ଏସଡିପିଓଙ୍କ ବଦଳି ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏସପି ଅରାଜି ହେବାରୁ ଆଲୋଚନା ବିଫଳ

16-05-18-JAJ.jpg - 19.09 kB

ଯାଜପୁର/ବ୍ୟାସନଗର(ଜୟଶଙ୍କର ଦାଶ/ବିଶ୍ୱଜିତ ମାଝି)  : ଯାଜପୁରରୋଡ୍ ପୋଲିସ ଏସଡିପିଓ କେଦାରନାଥ ସାହୁୁ ମଙ୍ଗଳବାର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଥାନା ସମ୍ମୁଖରେ ୨ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ନାରାବାଜି କରିବା ସହିତ ଧାରଣାରେ ବସିଥିଲେ । ଯାଜପୁର ଅତିରିକ୍ତ ଏସପି  ଅକ୍ଷୟ କୁମାର ଦାସ ଘଟଣାସ୍ଥଳରେ ପହଂଚି  ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଝାସୁଝା କରିଥିବାବେଳେ ଏସଡିପିଓ  ଦୁର୍ବ୍ୟବହାର କରିଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଏନେଇ ବୁଧବାର ପୂର୍ବାହ୍ନରେ ଏସ୍ପିଙ୍କ କାର୍ଯ୍ୟାଳୟରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ସାମ୍ବାଦିକମାନେ ଧାରଣାରୁ ଉଠିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ, ଦୁଇଜଣ ବୈଦ୍ୟୁତିକ  ଗଣମାଧ୍ୟମ ପ୍ରତିନିଧି ଏକ ମାମଲା ସମ୍ପର୍କରେ ଏସଡିପିଓଙ୍କ ନିକଟକୁ ବୁଝିବାକୁ ଯାଇଥିଲେ । ଏସଡିପିଓ ଏଥିରେ  ହୋଇ ଗଣମାଧ୍ୟମ ପ୍ରତିନିଧି ଦ୍ୱୟଙ୍କୁ ଦୁର୍ବ୍ୟବହାର କରିଥିଲେ । ବୁଧବାର ପୂର୍ବାହ୍ନରେ ଏଥିପାଇଁ ଏସପି   ନିର୍ଦ୍ଦେଶ ଅନୁସାରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏସଡିପିଓଙ୍କ ବଦଳି ଏବଂ ଲିଖିତ ଅଭିଯୋଗକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏସପିଙ୍କ  ନିକଟରେ ଦାବି ଉପସ୍ଥାପନ କରିଥିଲେ । ଯାଜପୁର ଏସପି  ଚରଣ ସିଂ ମୀନା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ନିନ୍ଦା କରିଥିଲେ ହେଁ  ବଦଳିକୁ ନେଇ ଅନିଚ୍ଛା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଦାବି ପୂରଣ ନ ହେବାରୁ ଅଭିଯୋଗକାରୀ ତଥା ସାମ୍ବାଦିକ ଦ୍ୱୟ ଆଲୋଚନାରୁ ଉଠିଯାଇଥିଲେ । ଫଳରେ ଆଲୋଚନା ବିଫଳ ହୋଇଥିଲା । ଏହି ଆଲୋଚନାରେ ୫୦ରୁ ଉର୍ଧ୍ଵ  ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏକତ୍ରିତ ହୋଇ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରକାଶ ।

 

0
0
0
s2sdefault