ହେଡଲାଇନସ୍:

ଏମସିଏଲର ପ୍ରତିଶ୍ରୁତି ସାଜିଲା ପ୍ରତାରଣା :କିଏ ବୁଝିବା ବିସ୍ଥାପିତଙ୍କ ଯନ୍ତ୍ରଣା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆମରଣ ଅନଶନରେ ବସିଲେ ସଂପୂର୍ଣ୍ଣ ପରିବାର। ୩୬ ବର୍ଷ ପରେ ମଧ୍ୟ ପୂରଣ ହେଲାନାହିଁ ଏମସିଏଲର ପ୍ରତିଶ୍ରୁତି।। 

ରସୁଗୁଡ଼ା :(ସୁଭାଷ ସହାରେ)- ୧୯୮୪ ମସିହାରେ ନିଜର ୩୦ ଏକର ଜମି ଦେଇଥିଲେ ଏମସିଏଲକୁ। କ୍ଷତିପୂରଣ ବାବଦରେ ସେ ସମୟରେ ମିଳିଥିଲା ୭୬ ହଜାର ଟଙ୍କା। ମାତ୍ର ପୁନର୍ବାସ ଓ ଚାକିରିର ପ୍ରତିଶ୍ରୁତି ପାଳନ ଏପର୍ଯ୍ୟନ୍ତ ହୋଇପାରି ନାହିଁ। 

ଘଟଣାଟି ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲର।ଏହି ଗ୍ରାମର ଡୋଳାମଣି ସିଂଦେଓଙ୍କ ପରିବାର ୧୯୮୪  ମସିହାରେ ଏମସିଏଲର କୋଇଲା ଖଣି ନିମନ୍ତେ ନିଜର ୩୦ ଏକର ଜମି କମ୍ପାନୀକୁ ହସ୍ତାନ୍ତର କରିଥିଲେ। ଏହା ବାବଦରେ କମ୍ପାନୀ ସେତେବେଳେ ପରିବାରକୁ ମାତ୍ର ୭୬,୦୦୦ ଟଙ୍କା କ୍ଷତିପୂରଣ ରାଶି ଦେଇଥିଲା। ଏହା ସହିତ ପରିବାରର ସଂପୂର୍ଣ୍ଣ ପୁନର୍ବାସ ଓ ଜଣେ ସଦସ୍ୟକୁ ଚାକିରି ଯୋଗାଇ ଦେବା କଥା। ମାତ୍ର ଘଟଣାର ୩୬ ବର୍ଷ ପରେ ମଧ୍ୟ ଏହି ଦୁଇଟି ପ୍ରତିଶ୍ରୁତି ପୂରଣ କରିନାହିଁ ଏମସିଏଲ। ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଥିବା ପରିବାରର ସମସ୍ତ ସଭ୍ୟ ଶେଷରେ ଆମରଣ ଅନଶନରେ ବସିବାକୁ ନିର୍ଣ୍ଣୟ ନେଇଛନ୍ତି। 

ସୂଚନାନୁସାରେ ପରିବାରର ସବୁଠାରୁ ବୟସ୍କା ବୃଦ୍ଧା ମହିଳା,ଦୁଇଜଣ ନାବାଳିକ ଓ ଜଣେ ନାବାଳିକା ସହ ସର୍ବମୋଟ ୮ ଜଣ ସଦସ୍ୟ ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ପରିବାରର ସଦସ୍ୟଙ୍କ ଅନୁସାରେ ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ସେମାନେ ନିଜର ଅନଶନ ଭାଙ୍ଗିବେ ନାହିଁ। ସେମାନେ ନ୍ୟାୟ ଓ ମୃତ୍ୟୁ ମଧ୍ୟରୁ ଯାହା ମିଳିଲେ ମଧ୍ୟ ଗ୍ରହଣ କରିବେ ବୋଲି କହିଛନ୍ତି। 

ଏହି ଆମରଣ ଅନଶନରେ ଦିଲୀପ ସିଂହଦେଓ, ବିନୋଦିନି ସିଂ,ପ୍ରଦୀପ ଜିତ ସିଂହ, ସୁଜାତା ସିଂହଦେଓ, ଶକୁନ୍ତଳା ସିଂହଦେଓ, ଶୋଭାନ ସ୍ଵରାଜ, ରାଜଲକ୍ଷ୍ମୀ ଭାଗ ନେଇ ଉପବାସରେ ରହିଛନ୍ତି।

 

0
0
0
s2sdefault