ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ, ଉପକରଣ ଓ ଚଷମା ବଂଟନ କଲେ ବିଜେପି କାର୍ଯ୍ୟକର୍ତା
ଭୁବନେଶ୍ୱର(ଶାସକ ପ୍ରଶାସକ): ଦେଶରପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିରାମୟ ଓ ଦୀର୍ଘଜୀବନ କାମନା କରି ବିଜେପି କାର୍ଯ୍ୟକର୍ତାମାନେ ଗତ କାଲିଠୁ ସମଗ୍ର ଦେଶରେ ସେବା ସପ୍ତାହ ପାଳନ କରୁଛନ୍ତି । ଆସନ୍ତା ୧୭ ତାରିଖ ହେଉଛି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ସେବା ସପ୍ତାହର ଦ୍ୱିତୀୟ ଦିବସରେ ବିଜେପି କାର୍ଯ୍ୟକର୍ତାମାନେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କୁ ଆବଶ୍ୟକୀୟ କୃତ୍ରିମ ଅଙ୍ଗ, ଉପକରଣ ଏବଂ ଚଷମା ବଂଟନ କରିଛନ୍ତି । ଏହି ଅବସରରେ କୋଭିଡ୍-୧୯ ନୀତି ନିୟମକୁ ପାଳନ କରି ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସ୍ଥାନୀୟ ଦଳୀୟ ବିଧାୟକ, ବିଧାନସଭା ପ୍ରର୍ଥୀ, ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତିରେ ବଂଟନ କାର୍ଯ୍ୟ କରାଯାଇଥିଲା । ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ନୟାଗଡ, ଖୋର୍ଦ୍ଧା, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବୈାଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ନୂଆପଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଅଙ୍ଗ, ଉପକରଣ ଓ ଚଷମା ବଂଟନ କରାଯାଇଛି ।
ଏହି ସେବା ସପ୍ତାହରେ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ପ୍ରକାରର ସେବାକାର୍ଯ୍ୟମାନ କରି ପ୍ରଧାନମନ୍ତ୍ରୀଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଥାନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମ ଦିବସ ହୋଇଥିବା କାରଣରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସମଗ୍ର ଦେଶରେ ନିର୍ଦ୍ଧାରିତ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ ଅନୁଷ୍ଠିତ ଆରମ୍ଭ ହୋଇଛି ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁରୋଧକ୍ରମେ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ପାର୍ଟୀର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ପାର୍ଟୀର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ କୋଭିଡ୍-୧୯ ନୀତିନିୟମକୁ ପାଳନ ସହ ଯୋଗଦାନ କରୁଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷ୍ନଚନ୍ଦ୍ର ପାତ୍ର, ଦିଲେଶ୍ୱର ପ୍ରଧାନ, ବିଭୁତି ପ୍ରଧାନ, ପ୍ରତାପ ପ୍ରଧାନ, ବିଭୁ ତରାଇଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସାମିଲ ହୋଇଥିଲେ ।