ହେଡଲାଇନସ୍:

ହୃଦଘାତରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦେହାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଭୀର ଶୋକ ବ୍ୟକ୍ତ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :- ବରଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ହେମନ୍ତ କୁମାର ପ୍ରଧାନ ଆଜି ଅସୁସ୍ଥ ଅନୁଭବ କରିବାରୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଶ୍ରୀ ପ୍ରଧାନ ବରଗଡ଼ ସୁବାସ ନଗର ଠାରେ ଏକାକୀ ରହୁଥିଲେ । ତାଙ୍କର ପରିବାର ତାଙ୍କର ପୈତୃକ ଗ୍ରାମରେ ରହୁଥିଲେ । ଶ୍ରୀ ପ୍ରଧା ଙ୍କର ମୃତ୍ୟୁର ଖବର ପାଇବା ପରେ ରାଜ୍ୟ ସରକାରଙ୍କ  ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଡାକ୍ତରଖାନା କୁ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କର ପରିବାର ଉଦ୍ଦେଷରେ  ସମବେଦନା ଜଣାଇଛନ୍ତି | ମନ୍ତ୍ରୀ ଶ୍ରୀ ନିଜେ ଉପସ୍ଥିତ ରହି ଶ୍ରୀ ପ୍ରଧାନ ଙ୍କର ମୃତଦେହ ତାଙ୍କର ପୈତୃକ ଗ୍ରାମ କଟକ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ଅମ୍ଭୁଲାନ୍ସ ଯୋଗେ ପଠାଇବାରେ ଜିଲ୍ଲା ପ୍ରଶାସନର ବ୍ୟବସ୍ଥାକୁ ତଦାରଖ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ପ୍ରଧାନ ଜଣେ ମିଷ୍ଟଭାଷୀ, ପରୋପକାରୀ, ଓ ଦାୟିତ୍ୱବାନ  ଅଧିକାରୀ ଭାବରେ ବେଶ ପରିଚିତ ଥିଲେ । ତାଙ୍କର ଆକସ୍ମିକ ପରଲୋକ ରେ ଜିଲ୍ଲା ର ସମସ୍ତ ଅଧିକାରୀ ସ୍ତବ୍ଧ । ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କର ସମେତ ଅନେକ ଅଧିକାରୀ ଡାକ୍ତରଖାନାରେ ଶ୍ରୀ ପ୍ରଧାନ ଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୃତକ ଶ୍ରୀ ପ୍ରଧାନ ଙ୍କର ଆତ୍ମାକୁ ମହାପ୍ରଭୁ ସଦଗତି ପ୍ରଦାନ କରନ୍ତୁ |

0
0
0
s2sdefault