ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଗବର ଗାଁ ର ସତ୍ଯନାରାୟଣ ବିଶ୍ବାଲ (୫୩) ଙ୍କ ମୃତ୍ୟୁ ଘଟିଛି । ସେ ଘରୁ ଏକ ବାଇକରେ ଯୋଗେ ଜଟେସିଂହା ବାଲିଘାଟକୁ ଯାଉଥିବା ବେଳେ ବାଗବର ପୋଲ ଉପରେ ସୁବଳୟା ପଟୁ ଏକ ଦୃତ ଗତିରେ ମଦ୍ୟପାନ କରି ଆସୁଥିବା ଚାରମାଲ ଚୁଡାପୁର ର ରମେଶ ପାତ୍ର (୩୬ ) ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ସତ୍ଯନାରାୟଣ ଙ୍କ ମୃତ୍ୟୁ ହୋଇଥିଲା । ରମେଶଙ୍କୁ ଅତି ଗୁରୁତର ଭାବେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ଉତ୍ତ୍ଯକ୍ତ ଲୋକେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ବୀରମହାରାଜପୁର ଥାନା ଏସ ଆଇ ସୁଦର୍ଶନ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲାପରେ ରାସ୍ତା ଅବରୋଧ ହଟିଥିଲା । ଏନେଇ ଥାନାରେ ଏକ କେସ ରୁଜୁ କରି ଏସ୍ ଆଇ ବିଜୟ ବାରିକ ଆଧିକ ତଦନ୍ତ ଚଳାଉଛନ୍ତି ।
ରାଜ୍ୟ
ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ ।
- Hits: 353











