" ଦୁଇବର୍ଷରେ ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାତୀ ଓ ବାଘଙ୍କ ସଂରକ୍ଷଣ ପାଇଁ କେନ୍ଦ୍ରର ଆର୍ଥିକ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ

• ସାତକୋଶିଆ ପାଇଁ ୧୧.୧୯ କୋଟି ଓ ଶିମିଳିପାଳ ବାଘ ଅଭୟାରଣ୍ୟକୁ ମିଳିଛି ୧୫.୬୮ କୋଟି

• ହାତୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ମିଳିଛି ୯.୬୮ କୋଟି

• ପ୍ରଧାନମନ୍ତ୍ରୀଙ୍କ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ ଯୁବପିଢ଼ି ଓ ଜନଜାତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର – ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମ କରୁଛନ୍ତି । ଓଡିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ଓଡିଶାକୁ ୨୦୧୯-୨୧ ବର୍ଷ ମଧ୍ୟରେ ଭାରତ ସରକାର ବାଘ ଓ ହାତୀ ପ୍ରକଳ୍ପରେ ୩୬ କୋଟିରୁ ଉର୍ଧ୍ଵ ଟଙ୍କା ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆର୍ଥିକ ସହାୟତା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସେ କହିଛନ୍ତି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ବର୍ଷ ୨୦୧୯-୨୧ ମଧ୍ୟରେ ବାଘ ପ୍ରକଳ୍ପ ଅଧୀନରେ ଓଡ଼ିଶାକୁ ୨୬.୮୭ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କା ମିଳିଛି  । ତନ୍ମଧ୍ୟରୁ ସାତକୋଶିଆ ଏବଂ ଶିମିଳିପାଳ ବାଘ ଅଭୟାରଣ୍ୟ ପାଇଁ ଯଥାକ୍ରମେ ୧୧.୧୯ କୋଟି ଓ ୧୫.୬୮ କୋଟି ଦିଆଯାଇଛି  । ମୋଦି ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ବାଘକୁ ନିଜ ପ୍ରାକୃତିକ ବାସସ୍ଥାନରେ ରହିବା ପାଇଁ ନିଶ୍ଚିତ କରିଛି  ।

ଏହି ପ୍ରୟାସରେ ଓଡ଼ିଶାକୁ ହାତୀ ପ୍ରକଳ୍ପ ଅଧୀନରେ ବର୍ଷ ୨୦୧୯-୨୧ ମଧ୍ୟରେ ଭାରତ ସରକାର ୯.୬୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି  । ହାତୀଙ୍କ ସଂରକ୍ଷଣ ତଥା ସେମାନଙ୍କ ସୁରକ୍ଷା ଦିଗରେ ଓ ହାତୀ ବାସସ୍ଥାନ ଏବଂ ଆଖପାଖରେ ରହୁଥିବା ଲୋକଙ୍କ ସହନଶୀଳତା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ଦିଗରେ ନିରନ୍ତର ଉଦ୍ୟମ ଭାରତରେ ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃଉଦ୍ଧାର କରିବାରେ ସହାୟକ ହେବା ସହ ‘ସବୁଜ ଅର୍ଥନୀତି’ ପାଇଁ ମଧ୍ୟ ପଥପ୍ରଦର୍ଶକ ହୋଇଛି । ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯଥା ଜଙ୍ଗଲ ବୃଦ୍ଧି, ବୃକ୍ଷରୋପଣ ସହାୟତା ରାଶି, ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ, ସବୁଜ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରଚେଷ୍ଟା ପରିବେଶ ସହଯୋଗୀ ଇକୋ-ସିଷ୍ଟମ ସୃଷ୍ଟି କରିବାରେ ସାହାଯ୍ୟ କରିବା ସହ ଆମ ଯୁବପିଢ଼ି ଓ ଜନଜାତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । 

0
0
0
s2sdefault