ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବୁର୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମିତ ହୋଇଥିବା ଏକ ପ୍ରକଳ୍ପରୁ ଟୋପାଏ ଜଳ ମଧ୍ୟ ମିଳୁ ନାହିଁ I ମାତ୍ର ୨୦ ଦିନ ପୂର୍ବେ ପ୍ରତିଷ୍ଠା ହୋଇଥିବା ଏହି ପ୍ରକଳ୍ପରୁ ଗତ ୧୦/୧୨ ଦିନରୁ ଅଧିକ ହେଲାଣି ପାଣି ଟୋପେ ବି ମିଳୁ ନାହିଁ I ଫଳରେ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସୁଥିବା ସ୍ଥାନୀୟ ଲୋକ ମାନେ ବିଶୁଦ୍ଧ ପାଣି ପିଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି I ସୂଚନା ଅନୁସାରେ ,୧୪ତମ ସିଏଫସି ଅନୁଦାନ ରେ ପ୍ରାୟ ୨ଲକ୍ଷ ୫୦ ହଜାର ଟଙ୍କା ବିନିମୟରେ ବୁର୍ଡା ପଞ୍ଚାୟତର କାର୍ଯ୍ୟାଳୟ ପରିସର ଭିତରେ ନିର୍ମିତ ହୋଇଥିଲା I ମାତ୍ର ୨୦ ଦିନ ତଳେ ନିର୍ମିତ ଏହି ପ୍ରକଳ୍ପ ରୁ ପାଣି ନ ମିଳିବା ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛି I
ପଞ୍ଚାୟତ କାର୍ଯ୍ୟାଳୟ କୁ ପ୍ରତ୍ୟେକ ଦିନ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକ ମାନେ ନିଜ ନିଜ କାମ ପାଇଁ କାର୍ଯ୍ୟାଳୟ କୁ ଆସିଥାନ୍ତି ଏବଂ ସେମାନଙ୍କୁ ତ୍ରୁସା ଲାଗିଲେ ଏହି ପ୍ରକଳ୍ପ ଉପରେ ନିର୍ଭରଶୀଳ ହୋଇଥାନ୍ତି I ତେଣୁ ଗତ ୧୦/୧୨ ଦିନରୁ ଉର୍ଦ୍ଧ ହେବ ଏଥିରୁ ପାଣି ନମିଳିବା କାରଣ ରୁ ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି I ଏହି ପ୍ରକଳ୍ପ ଟି ଅଚଳ ହୋଇଥିଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୁବ୍ୟବସ୍ଥା କରାଯାଉ ନାହିଁ I ଏନେଇ ପଞ୍ଚାୟତର ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ଯେ , ଯଦି ପାଣି ବାହାରୁ ନାହିଁ , ତେବେ ଏହାର ପ୍ରତିକାର କରାଯିବ ବୋଲି ଏକ ଖାମଖିଆଲି ଉତ୍ତର ଶୁଣିବାକୁ ମିଳିଥିଲା I ତେଣୁ ଏଦିଗରେ ବିଭାଗୀୟ କତ୍ତୁପକ୍ଷ ଦୁଷ୍ଟି ଦେଇ , ଏହି ପାନୀୟ ପ୍ରକଳ୍ପ କୁ କାର୍ଯ୍ୟ କ୍ଷକ କରିବାକୁ ସାଧାରଣ ରେ ଦାବି ହେଇଛି I