ଦେଶରେ ପ୍ରାଣ ହରାଇଲେ ୧୨୦୧, ସଂଖ୍ୟା ଟପିଲା ଛାୟାଳସି ଲକ୍ଷ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୭,୫୭୦ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୨୦୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୪୬,୫୯, ୯୮୫ ହୋଇଥିବା ବେଳେ ଏ ଯାବତ ଦେଶରେ ୩୬,୨୪,୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୮,୩୧୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭,୪୭୨ ରେ ପହଂଚିଛି |