ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ''ଉତ୍ସର୍ଗ''ର ୩୬ ତମ ବାର୍ଷିକ ଉତ୍ସବ ୱେବିନାର ମାଧ୍ୟମ ରେ ପାଳିତ ହୋଇଛି l ଆଜିର ଦିନରେ ସାରା ବିଶ୍ୱ କୋବିଡ଼- ୧୯ କରୋନା ସଂକ୍ରମଣ ରେ ଆତଙ୍କିତ ହୋଇ ଚାଲିଥିବା ବେଳେ, ସରକାରଙ୍କ ର ନିୟମ କୁ ପାଳନ କରିବାର ଆବଶ୍ୟକତା ରହିଛି l ସାମାଜିକ ଦୂରତା ତଥା ସଭା ସମିତି ର ଆୟୋଜନ ରୁ ବାରଣ ରହିବାର ଆବଶ୍ୟକତା ରହିଛି l ସେହି ଦୃଷ୍ଟି ରୁ ''ଉତ୍ସର୍ଗ'' ୧୯୮୪ ମସିହାରୁ ପ୍ରତିଷ୍ଠା ଅନବରତ ସମାଜ ପାଇଁ ଉତ୍ସର୍ଗୀକୃତ ହୋଇ ଆସିଥିବା ଅନୁଷ୍ଠାନ ଆଜି ୩୬ ବର୍ଷ ରେ ପହଂଚି ଯାଇଛି l ହେଲେ ଆଜି ବି ସେହି ଉତ୍ସାହ ଆଉ ସମାଜ ପାଇଁ କାର୍ଯ୍ୟ କରିବାର ମନୋବଳ କମି ନାହିଁ l ରକ୍ତଦାନ ଠୁ ଆରମ୍ଭ କରି ଶରୀର ଦାନ, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସେବା, ସଫେଇ ଅଭିଯାନ, ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ସାହାଯ୍ୟ ପରି କାର୍ଯ୍ୟ ରେ ନିଜକୁ ସାମିଲ କରି ଆସିଛି ''ଉତ୍ସର୍ଗ'' l
ଆଜିର ଏହି ୱେବିନାର କୁ ସଭ୍ୟ ସ୍ୱସ୍ତିକ ପାଣ୍ଡେ ସଂଚାଳନ କରିଥିବା ବେଳେ ଅନୁଷ୍ଠାନ ର ସଂଯୋଜକ ପ୍ରଶାନ୍ତ ପାଟଜୋଷୀ ପ୍ରାରମ୍ବିକ ସୂଚନା ଓ ସ୍ୱାଗତ ବକ୍ତବ୍ୟ ରଖିଥିଲେ l ଅତିଥି ଭାବରେ ଯୋଗଦେଇ ଡାକ୍ତର ପ୍ରମୋଦ କୁମାର ପୁରୋହିତ କୋଭିଡ-୧୯ ଓ ଏହି ସମୟ ର ସତର୍କତା ଓ ସଚେତନତା ର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ଆଜିର ଦିନରେ ସମାଜ ପ୍ରତି ଯୁବ ସମାଜ ର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ l
ଶେଷରେ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ସୁଧୀର ପୂଜାରୀ ''ଉତ୍ସର୍ଗ'' ର କର୍ତ୍ତବ୍ୟ ପରାୟଣାତା ବିଷୟ ରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ୱେବିନାର କୁ ସଭ୍ୟ ପ୍ଲାବନ ମିଶ୍ର ପରିଚାଳନା ରେ ସହଯୋଗ କରିଥିଲେ l ଏହି ୱେବିନାର ରେ ''ଉତ୍ସର୍ଗ''ର ଶତାଧିକ ସଭ୍ୟ ଓ ଶୁଭେଛୁ ଭାଗ ନେଇଥିଲେ l











