ଝାରବନ୍ଧ-ମନୋହର ଦାଶ: କେନ୍ଦ୍ର ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନଲକ -୪ ରେ କଟକଣା କୋହଳ ହେବାପରେ ସାଧାରଣ ଜୀବନ ଯାତ୍ରା ସ୍ବଭାବିକ ହେବାରେ ଲାଗିଛି।ରାଜ୍ୟ ସରକାର ମଧ୍ୟ କରୋନା ଆଇନ ରେ କେତେକ କଟକଣା କୋହଳ କରିଥିବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ଦେଖା ଯାଉଥିବା ସମସ୍ୟା ଗୁଡିକ ଦୂର ହୋଇଛି।ଦୋକାନ ବଜାର ଯାନବାହନ ଚଳାଚଳ ରାତ୍ରି କର୍ଫ୍ୟୁ ଭଳି ଆଇନ ରେ କୋହଲ କରାଯାଇଥିବା ରୁ ଜନସାଧାରଣ ଆସ୍ୱସ୍ତି ଅନୁଭବ କରିଛନ୍ତି।କରୋନା ମହାମାରୀ ସମୟରେ ଗତ ମାର୍ଚ୍ଚ ମାସଠାରୁ ଜୁନ ମାସ ଯାଏଁ ଯେଉଁ ପ୍ରବାସୀ ମାନେ ଘରକୁ ବାହୁଡ଼ି ଥିଲେ ସେମାନେ ଏବେ ପୁଣି ଫେରିବାକୁ ଆରମ୍ଭ କଲେଣି ।ଏହି ପରିପେକ୍ଷି ରେ ଜଗଦଲପୁର ଥାନା ବିଭିନ୍ନ ପଞ୍ଚାୟତ ରୁ ସରକାରୀ ଭାବେ ନାମ ପଞ୍ଜିକରଣ କରି ପ୍ରବାସୀ ଘରକୁ ଆସିଥିଲେ। ଦୀର୍ଘ ୪ମାସ ଘରେ ବସିବା ପରେ ପୁଣିଥରେ ଯେଉଁଠୁ ଆସିଥିଲେ ସେମାନେ ଫେରି ଯାଉଥିବା ଦେଖିବାକୁ ମିଳିଛି।ଲଖମରା ପଞ୍ଚାୟତରେ ବିଭିନ୍ନ ଗ୍ରାମର କେତେକ ପ୍ରବାସୀ ଦୀର୍ଘ ବର୍ଷ ହେଲାଣି ତାମିଲନାଡୁ ଏକ ଘରୋଇ କମ୍ପାନୀ କୁ ଯାଇଥାନ୍ତି।ଉକ୍ତ ପ୍ରବାସୀ ମାନଙ୍କୁ ନେବା ପାଇଁ ଆସିଥିବା ଏକ ଘରୋଇ ବସ TN73-B-1239 କୁ ଗତ ତିନିଦିନ ତଳେ ଜଗଦଲପୁର ଥାନା ରେ ଅଟକ ରଖାଯାଇଥିଲା । ଉକ୍ତ ବସ ଟି ଲଖମରା ଅଂଚଳରୁ ଶ୍ରମିକ ମାନଙ୍କୁ ତାମିଲନାଡୁ ର ଶିରପୁର ସ୍ଥିତ ଏକ ଘରୋଇ କମ୍ପାନୀ କୁ ନେବାପାଇଁ ଆସିଥିଲା । ସେ ସମୟରେ ଏହି ବସ ଟି ର ବାବଦରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ନିକଟରେ ଖବର ପହଂଛିବା ପରେ ଉପଜିଲ୍ଲାପାଳ ତୁରନ୍ତ ଜଗଦଳପୂର ଆଇ.ଆଇ.ସି ଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ । ଏହି ଅଂଚଳ ର ପ୍ରାୟ ତିରିଶରୁ ଉର୍ଦ୍ଧ୍ବ ଶ୍ରମିକ ଜଗଦଳପୂର ଥାନାରେ ଲିଖିତ ଭାବରେ ଜଣାଇଥିଲେ ଯେ ଉକ୍ତ ବସଟି ସେମାନଙ୍କୁ ନେବା ପାଇଁ ଆସିଥିଲା । ସେମାନେ ବିଗତ ବହୁବର୍ଷ ହେବ ତାମିଲନାଡୁ ର ଉକ୍ତ କମ୍ପାନୀ ରେ କାମ କରି ଆସୁଛନ୍ତି । ଲକଡାଉନ ସମୟରେ କମ୍ପାନୀ ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ଗାଁକୁ ପଠେଇ ଥିଲା ଏବେ କମ୍ପାନୀ ପୁଣିଥରେ କାର୍ଯକ୍ଷମ ହେବାପରେ ଶ୍ରମିକ ମାନଙ୍କୁ ନେବା ପାଇଁ ବସ ପଠେଇ ଥିବା ସେମନେ କହିଛନ୍ତ। । ଜଗଦଳପୂର ପୋଲିସ ବସ ର ଫିଟନେସ ଓ ଇନସୁରେନ୍ସ ଗାଡିର ସମସ୍ତ କାଗଜପତ୍ର ଠିକଠାକ ଅଛି କି ନାହିଁ ତାହା ତଦନ୍ତ କରିଛନ୍ତି ।ଆଇ.ଆଇ.ସି ଏଲ ଏଲ ବ।ର୍ଲା ଓ ତାଙ୍କର ପୁରା ଟିମ ଗତ ଦୁଇଦିନ ଧରି ଏହି ବସ ଓ ଶ୍ରମିକ ମାନଙ୍କର ଟିକିନିଖି ଯାଞ୍ଚ କରିଥିଲେ ଯାହାଫଳରେ ଦାଦନ ଚାଲାଣ କୁ କିଛି ମାତ୍ରାରେ ରୋକିବାରେ ସହାୟକ ହେବବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।
ରାଜ୍ୟ
କଟକଣା କୋହଲ ପରେ ପୁଣି ଫେରୁଛନ୍ତି ଶ୍ରମିକ
- Hits: 1086











