ହେଡଲାଇନସ୍:

ବଦଳିଲେ ଜିଲ୍ଲାପାଳ : ପ୍ରଶାସନିକ ଅଦଳବଦଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବଦଳିଛନ୍ତି ଅନେକ ଜିଲ୍ଲାର ଜିଲ୍ଲାପାଳ | ପ୍ରଶାସନିକ ସ୍ତରରେ କରାଯାଇଛି ବଡ ଧରଣର ଅଦଳବଦଳ | ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | ଯାଜପୁର ଜିଲ୍ଲାପାଳ ଥିବା ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଂଚାୟତି ରାଜ ବିଭାଗରେ ନିର୍ଦ୍ଦେଶକ ସ୍ୱତନ୍ତ ପ୍ରକଳ୍ପ ଭାବେ ନିଯୁକ୍ତି ମିଳିଛି |  ବାରିପଦା ପିଡି ଡିଆର୍ଡିଏ ଥିବା  ଚଂଚଳ କୁମାର ରାଣାଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | ନୂଆପଡା  ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ପିଡି ଡିଆର୍ଡିଏ ଗଂଜାମ ଥିବା ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅନୁଗୋଳ ଜିଲ୍ଲାପାଳ ଭାବେ ଅନାସ୍ଥାପିତ କରାଯାଇଛି | ଅନୁଗୋଳ ଜିଲ୍ଲପାଳ ଥିବା ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି | ମୟୁରଭଞ୍ଜ ଏଡ଼ିଏମ ଥିବା ସ୍ଵଧାଦେବ ସିଂ ନୂଆପଡା ଜିଲ୍ଲାପାଳ ନିଯୁକ୍ତି ମିଳିଥିବା ବେଲେ ବ୍ରହ୍ମପୁର ଉପଜିଲ୍ଲାପାଳ ଥିବା ଡି ଭାଉସାହେବ ସିନ୍ଧେଙ୍କୁ ଗଂଜାମ ପିଡି ଡିଆର୍ଡିଏ ଭାବେ ଅବସ୍ଥାପିତ କରାଯାଇଛି | ଗୁଣୁପୁର ଉପ ଜିଲ୍ଲାପାଳ ଥିବା ସିଦ୍ଧେଶ୍ୱର ବଳିରାମ ବନଦାରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଗଂଜାମରେ କୋବିଦ ଓଏସ୍ଡି ଭାବେ କାର୍ଯ୍ୟରତ କୀର୍ତ୍ତିଭାଷନ ଭି ଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି | କୋଭିଡି ଓଏସ୍ଡି ଭାବେ ଗଜପତିରେ କାର୍ଯ୍ୟରତ ଯେ ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | 

0
0
0
s2sdefault