ହେଡଲାଇନସ୍:

ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟ ୫ ମାଓ ମୃତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସୁର୍କି ଜଙ୍ଗଲ ରେ ମାଓ ଅପରେସନ । କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓଏସଓଜି ମିଳିତ ଅପରେସନ । ଅପରେସନରେ ଗୁଳିବିନିମୟ ବେଳେ ୫ମାଓବାଦୀ ନିହତ । କଳାହାଣ୍ଡିର ସୁର୍କି  ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।  ଏନେଇ ଅଧିକ ଫୋର୍ସ ପଠାଯାଇଥିବା ସୂଚନା ରହିଛି । ତେବେ ଆଜି(ବୁଧବାର) ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା । ଅପରେସନରେ  ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ୩ ମହିଳା ଓ ଦୁଇ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସ୍ପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।ଏହି ଅପରେସନ ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି ।ଅନ୍ୟ ଅପରେସନରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି । ଅପରେସନ ଜାରି ରହିଛି ।

0
0
0
s2sdefault