ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡା ଜିଲ୍ଲା ସଦର ବ୍ଲକର କୁରେବଗା ଗାଁରେ ଗତକାଲି 11 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗାଁକୁ ସିଲ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ପ୍ରଶାସନ।କିନ୍ତୁ କଣ୍ଟେନମେଣ୍ଟ ଘୋଷଣା ର 24 ଘଣ୍ଟା ପୂର୍ବରୁ ଆଜି ଏହି ରାସ୍ତାକୁ ଖୋଲି ଦିଆଯାଇଛି। କାରଣ ବୁଝିବାକୁ ଯେତେବେଳେ ଲୋକେ ଚେଷ୍ଟା କଲେ, ଭୁଲ ନକ୍ସା ପ୍ରସ୍ତୁତ କରାଯାଇ ସେହି ରାସ୍ତାକୁ ସିଲ କରାଯାଇଥିଲା ଓ ଲୋକେ ଯେପରି ହଇରାଣ ନହେବେ ତାକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଏରିଆ ପରିବର୍ତ୍ତନ କରାଯାଇଛି ବୋଲି ବିଡିଓ ସ୍ପଷ୍ଟୀକରଣ ଦେଇଥିଲେ। ମାତ୍ର ଅଭିଯୋଗ ହେଉଛି ଯେ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁକମ୍ପା ଦେଖାଇବାକୁ ଏଭଳି କରାଯାଇଛି । ଏତେ ଦିନ ଧରି ନକ୍ସା ତିଆରିରେ କୌଣସି ଭୁଲ ହୋଇନଥିଲା, ମାତ୍ର ଉକ୍ତ କମ୍ପାନୀ ପାଇଁ ଅଭିଜ୍ଞ ମାନଚିତ୍ରକାର ମାନଙ୍କ ନକ୍ସା ମଧ୍ୟ ଭୁଲ ହୋଇ ଯାଇପାରେ ବୋଲି ଲୋକଙ୍କ ଆକ୍ଷେପ ଶୁଣିବାକୁ ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ଯେଉଁ ରାସ୍ତାଟିକୁ ପୂର୍ବରୁ ବନ୍ଦ କରାଯାଇ ପରେ ଖୋଲା ଯାଇଥିବା ଅଭିଯୋଗ ଆସିଛି.|
ରାଜ୍ୟ
କଣ୍ଟେନମେଣ୍ଟ ଜୋନରେ ମଧ୍ୟ ପକ୍ଷପାତିତା!
- Hits: 199