ବରଗଡ :- କରୋନା ସମୟରେ ଲୋକଙ୍କ ପାଖେ ପାଖେ, ଲୋକଙ୍କ ସହିତ ସେମାନଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିଦେଇଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିଛି ସ୍ୱୀକୃତି | ଅନ୍ତରାଷ୍ଟ୍ରୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ଉପଜିଲ୍ଲାପାଳ ଶ୍ରୀ ଦରୱାନଙ୍କୁ ସମ୍ମାନିତ କରାଯାଇଛି |
ଶ୍ରୀ ଦରୱାନଙ୍କ ଲୋକାଭିମୁଖୀ କାମ ବାବଦରେ ସମସ୍ତଙ୍କୁ ଜଣା । କରୋନା ସମୟରେ ସମର୍ପିତ ଭାବେ ଲୋକଙ୍କ ନିରାପତ୍ତା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦିନରାତି ଏକ କରିଦେଇଥିବା ଶ୍ରୀ ଦରୱାନଙ୍କ ଉଦ୍ୟମକୁ ଉପଖଂଡଵାସୀ ଆଖିରେ ଦେଖିଛନ୍ତି ଆଉ ଅଙ୍ଗେ ଅଙ୍ଗେ ନିଭେଇଛନ୍ତି | ମୁଖ୍ୟତଃ କୋରୋନା କଟକଣା ଆରମ୍ଭ ହେବା ପରଠାରୁ ଆଜି ପର୍ଯନ୍ତ ଉପଜିଲ୍ଲାପାଳ ଯେଉଁ ଭଳି କ୍ରମାଗତ ଭାବରେ ପରିଶ୍ରମ କରି ଆସୁଛନ୍ତି ତାହା କାହାରିକୁ ଅଛପା ନାହିଁ । ସେଇଥିପାଇଁ ଆଜି ସେ ସମସ୍ତ ଙ୍କର ଅତି ପ୍ରିୟପାତ୍ର । ଉପଜିଲ୍ଲାପାଳଙ୍କୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ସବୁବେଳେ ଅଞ୍ଚଳ ବାସୀ ନିଜ ପାଖରେ ପାଉଥିଲେ । ପ୍ରତେକ ଦିନ ବଡ଼ି ଭୋରରୁ ଉଠି ମଧ୍ୟ ରାତ୍ରି ପର୍ଯନ୍ତ କ୍ରମାଗତ ଭାବରେ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ କରି ଆସୁଛନ୍ତି । ଉପଜିଲ୍ଲାପାଳ ଙ୍କର ଏହି କ୍ରମାଗତ ଭାବରେ ନିଃସ୍ୱାର୍ଥପର ସେବା ପାଇଁ ଅନେକ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଆଜି ଅନ୍ତରାଷ୍ଟ୍ରୀୟ ମାନବଅଧିକାର କମିଶନଙ୍କର ଦ୍ୱାରା ପଦ୍ମପୁର ଉପଜିଲ୍ଲାପାଳ ଙ୍କର ଅଫିସରେ ଶ୍ରୀ ଦରୱାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ଅଞ୍ଚଳ ବାସୀଙ୍କର ସେବା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ, ଯଦି କାହାର କୋଣସି ଅସୁବିଧା ହେଉଛି ତେବେ କୋଣସି ସଂକୋଚ ନକରି ସିଧାସଳଖ ତାଙ୍କୁ ଜଣାଇବା ପାଇଁ କହିଛନ୍ତି ଉପଜିଲ୍ଲାପାଳ । ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ବିନା କୋଣସି ଜରୁରୀ କାର୍ଯ୍ୟରେ ଘରୁ ନ ବାହାରିବା ପାଇଁ ଓ ସମସ୍ତ ସରକାରୀ ଗାଇଡ଼ଲାଇନକୁ ମାନି ଚାଲିବା ପାଇଁ ପୁନର୍ବାର ଲୋକଙ୍କୁ ଅନୁରୋଧ କରିବା ସହିତ ତାଙ୍କୁ ସମ୍ମାନିତ କରିଥିବା ସମସ୍ତ ସଂସ୍ଥାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପଜିଲ୍ଲାପାଳ ଶ୍ରୀ ଦରୱାନ ।