ହେଡଲାଇନସ୍:

ରକ୍ତଭଣ୍ଡାର କର୍ମଚାରୀ ସଂଘର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସ୍ମାରକପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ଆହ୍ବାନରେ ଆଜି ଝାରସୁଗୁଡ଼ା ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସଂଘ ଅନୁସାରେ ଯେ ଗତ ୨୦୧୭ରୁ ଓଡ଼ିଶା ସରକାର ରାଜ୍ୟରେ ଥିବା ୫୬ଟି ଯାକ ରକ୍ତଭଣ୍ଡାରକୁ ନିଜ ହାତକୁ ନେଇସାରିଥିବା ପରେ ମଧ୍ୟ ଏହି ବିଭାଗରେ କାର୍ଯ୍ୟରତ ୧୮୦ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏମାନଙ୍କ ନିଯୁକ୍ତିକୁ ନିଶ୍ଚିତ କରିବା ନିମନ୍ତେ ସଂଘ ପତ୍ର ମାଧ୍ୟମରେ ଦାବୀ ଜଣାଇଛି। 

ସଂଘର କହିବା ଅନୁଯାୟୀ,ଗତ ୨୦ ରୁ ୨୫ ବର୍ଷ ମଧ୍ୟରେ ଏହି କର୍ମଚାରୀମାନେ ଅତ୍ୟନ୍ତ ସମ୍ବେଦନଶୀଳ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି। ଗତ ୨୦୦୮ ଡିସେମ୍ବର ମାସ  ୪ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି କର୍ମଚାରୀମାନଙ୍କୁ ଉଚ୍ଚ ଦରମା ଦେଇ ସେମାନଙ୍କୁ ନିୟମିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସଂଘ ଅଭିଯୋଗ ଆଣିଛି। 

ଏପର୍ଯ୍ୟନ୍ତ ଏହି କର୍ମଚାରୀମାନଙ୍କୁ ମାସକୁ  ୮,୦୦୦ ରୁ ୧୦,୦୦୦ ଟଙ୍କା ଦରମାରେ କାର୍ଯ୍ୟ କରିବାକୁ ପଡ଼ୁଛି, ଯାହା କି କୋରୋନା ମହାମାରୀର ଏହି ବିକଟ ପରିସ୍ଥିତିରେ ପରିବାର ପ୍ରତିପୋଷଣ ନିମନ୍ତେ ଅତ୍ୟନ୍ତ କଷ୍ଟକର। ରକ୍ତଭଣ୍ଡାରରେ କାର୍ଯ୍ୟ କରିବା ସହ ଏମାନଙ୍କୁ ଅନେକ ରକ୍ତଦାନ ଶିବିର ତଥା ଜୀବନ ବିନ୍ଦୁ ଭଳି ବିଭିନ୍ନ ସରକାରୀ କାର୍ଯ୍ୟରେ ମଧ୍ୟ ଯୋଗ ଦେବାକୁ ହୋଇଥାଏ। 

ସଂଘ ଦାବି ଜଣାଇଛି ଯେ ରକ୍ତଭଣ୍ଡାରରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କୁ ସରକାରଙ୍କ ପକ୍ଷରୁ କୋଭିଡ ଯୋଦ୍ଧା ଘୋଷଣା କରାଯାଉ ଏବଂ କୋଭିଡ ଯୋଦ୍ଧାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ତଥା ସରକାରୀ ଘର ମଧ୍ୟ ପ୍ରଦାନ କରାଯାଉ।

0
0
0
s2sdefault