ଭର୍ଚୁଆଲ୍ ବୈଠକ ମାଧ୍ୟମରେ ମେଧା ସମ୍ମାନ ୨୦୨୦ ଆୟୋଜିତ
-
ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ନେଇଛନ୍ତି ଅନେକଗୁଡ଼ିଏ ପଦକ୍ଷେପ
-
ପଢାବହି ସହ ଦୁନିଆ ବିଷୟରେ ଜାଣିବା ପାଇଁ ଅନ୍ୟ ବହି ପଢିବାକୁ ମନ୍ତ୍ରୀ ଦେଲେ ପରାମର୍ଶ
-
ଛାତ୍ରଛାତ୍ରୀମାନେ ନିଜ ମାନବିକତା ସହ ସାମାଜିକ ସମ୍ବେଦନଶୀଳତା ରଖିବା ଅପରିହାର୍ଯ୍ୟ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଛାତ୍ର-ଶିକ୍ଷକ ଓ ଅଭିଭାବକମାନଙ୍କର ସମନ୍ୱୟ ଠିକ୍ ରହିଲେ ଜଣେ ଛାତ୍ର ଅବା ଛାତ୍ରୀ ପରୀକ୍ଷାରେ ସଫଳତା ହାସଲ କରନ୍ତି | ସଫଳତା ନିମନ୍ତେ ସମୟର ସଦୁପଯୋଗ କରିବା ସହିତ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ଦରକାରା ପାଠ୍ୟ ପୁସ୍ତକ ସହିତ ଦୁନିଆ ବିଷୟରେ ଜାଣିବା ପାଇଁ ବିଭିନ୍ନ ପୁସ୍ତକ ପଠନର ଅଭ୍ୟାସ କରିବା ଉଚିତା ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ପଦକ୍ଷେପ ନେଇଥିବାବେଳେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ବାତାବରଣ ସୃଷ୍ଟି କରି ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ନୟାଗଡ଼ ନିର୍ବାଚନ ମଣ୍ଡଳୀର ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ୨୦୨୦ରେ ସମ୍ବର୍ଦ୍ଧିତ କରିବା ନିମନ୍ତେ ଆୟୋଜିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ନିଜ ଉପରେ ନିର୍ଭର କରୋ ତେଣୁ ପାଠପଢ଼ା ବୟସକୁ ଯିଏ ନିଜ ନୟନ୍ତ୍ରଣରେ ରଖି ନିଷ୍ଠାର ସହ ପରିଶ୍ରମ କରିପାରିବ ସେ ନିଶ୍ଚୟ ସଫଳତାର ଶୀର୍ଷରେ ପହଂଚିବା ଛାତ୍ରଛାତ୍ରୀମାନେ ଲାଭ କରୁଥିବା ଶିକ୍ଷା ଦ୍ୱାରା ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବା ସଙ୍ଗେ ସଙ୍ଗେ ସମାଜର ମଧ୍ୟ ମଙ୍ଗଳ ସାଧିତ ହେବା ଆବଶ୍ୟକା ଛାତ୍ରଛାତ୍ରୀମାନେ ମାନବିକତାରେ ପରିପୂର୍ଣ୍ଣ ହେବା ସହିତ ସମାଜ ପ୍ରତି ସମ୍ବେଦନଶୀଳ ହେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ କୋଭିଡ୍-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିିତିକୁ ମୁକାବିଲା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦୃଷ୍ଟିରୁ ଦକ୍ଷ ହେବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲୋ
ନୟାଗଡ଼ ଶିକ୍ଷା ସମୂହ ସଂଗଠନ ପକ୍ଷରୁ ଆୟୋଜିତ ମେଧା ସମ୍ମାନ ୨୦୨୦ରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଲେ କୋଭିଡ୍-୧୯ ସ୍ଥିତିରେ ପରୀକ୍ଷା ଖାତା ମୂଲ୍ୟାୟନ କରିବା ଓ ଫଳ ପ୍ରକାଶନ ଏକ ଆହ୍ୱାନ ଥିଲାା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ନିଷ୍ଠା ପ୍ରଦର୍ଶନ ଓ ପରିଶ୍ରମ କରିଥିଲେ ତାହାର ସୁଫଳ ପାଇଛନ୍ତିା ମହାବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ଓ ପରିବେଶ ବିଦ୍ୟାଳୟର ଶିକ୍ଷାଦାନ ପରିବେଶଠାରୁ ଅଲଗା ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ସେ ବିଷୟରେ ଅଧିକ ସଚେତନ ଓ ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ଦାଶ କହିଥିଲୋ
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସ୍ୱରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କହିଲେ ଯେ ଶିକ୍ଷା ହିଁ ସବୁ ସମାଧାନର ସୂତ୍ରା ମଣିଷର ତଥା ଦେଶର ପ୍ରଗତି ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରୋ ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତିା ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନରେ ସମ୍ମାନିତ କରିବା ଏକ ଅଭିନବ ଓ ସଫଳ ପ୍ରୟାସ ଏବଂ ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନରେ ଉତ୍କର୍ଷ ହାସଲ ଦିଗରେ ଉତ୍ସାହିତ କରିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଥିଲୋ
ବରିଷ୍ଠ ଶିକ୍ଷକ ଶ୍ରୀ ନିରଞ୍ଜନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୃତୀ ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ଓ କୃତୀ ଛାତ୍ର ଦୀପକ ସ୍ୱାଇଁ ସେମାନଙ୍କର ସଫଳତା ସଂପର୍କରେ ବର୍ଣ୍ଣନା କରିଥିବାବେଳେ ଶ୍ରୀ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲୋ ଏହି ଭର୍ଚୁଆଲ୍ ବୈଠକରେ ୮୦୦ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲୋ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନର ବ୍ୟବସ୍ଥା କରାଯାଇଛିା