ବରଗଡ :- ଗତ କାଲି ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ କପିଳଧାର ରେ ସେଲ୍ଫି ନେଉଥିବା ଦୁଇ ଯୁବକ ଙ୍କର ଗୋଡ଼ ଖସିଯିବାରୁ ପ୍ରାୟ ଅଢେଇସହ ଫୁଟ ତଳକୁ ଖସି ପଡିବାରୁ ମୃତ୍ୟୁ ହୋଇ ଯାଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ପୋଲିସ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଆକାଶ ପାଣିଗ୍ରାହୀ ଓ ପ୍ରଶାନ୍ତ ମିଶ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ କ୍ଷୀରୋଦ ସୋନି ନାମକ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରବଳ ବର୍ଷା ସହିତ ଅନ୍ଧାର ହୋଇ ଯାଇଥିବା କାରଣ ରୁ ଅନ୍ୟ ଜଣେ ଯୁବକର ମୃତଦେହ ଉଦ୍ଧାର କାର୍ଯରେ ବାଧା ଉପୁଜିଥିଲା ।
ଆଜି ସକାଳୁ ପୋଲିସ , ଅଗ୍ନିଶମ ବିଭାଗ ର କର୍ମଚାରୀ ସ୍ବେଚ୍ଛାସେବୀ ଓ କିଛି ଶ୍ରମିକ ଙ୍କୁ ନେଇ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବହୁ କଷ୍ଟ ଓ ପ୍ରାୟ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମୃତ ବିଜୟ କୁମାର ମହାକୁଡ଼ ର ଶବ ଉଦ୍ଧାର କରାଯାଇଥିଲା । ଗତକାଲି କ୍ଷୀରୋଦ ର ଶବ ଉଦ୍ଧାର କରାଯିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ କୁ ପଠେଇ ଦିଆ ଯାଇଥିବା ବେଳେ ଆଜି ବିଜୟ ର ଶବ କୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବର୍ଷାଦିନ ହୋଇଥିବା କାରଣରୁ ଜଙ୍ଗଲ ଓ ପର୍ବତ ଅଂଚଳ ଅତି ବିପଦ ସଂକୁଳ ଅବସ୍ଥାରେ ରହିଥାଏ । ପାଦ ପାଦ ରେ ବିପଦ ଏହି ଭଳି ପରିସ୍ଥିତି ରେ ଯୁବ ସମାଜର ସେଲ୍ଫି ସଉକ ଅତି ମାରାତ୍ମକ ନିଶ୍ଚୟ । ପାଇକମାଲ ଥାନାରେ କେଶ ନମ୍ବର 20/20 ରୁଜୁକରି ଶ୍ରୀ ପ୍ରଫୁଲ୍ଲ ପାଣିଗ୍ରାହୀ ଘଟଣାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ଝିଟିକି ଗ୍ରାମରେ ଗତକାଲିଠାରୁ ସୋକାକୁଳ ପରିସ୍ଥିତି ଲାଗିରହିଛି । ଏଠାରେ ସୂଚନାଯୋଗ୍ୟ ଯେ ମୃତ ବିଜୟ ତାର ମାଁ ବାପାଙ୍କର ଏକମାତ୍ର ସନ୍ତାନ ।