ହେଡଲାଇନସ୍:

ଯୁବ ସମାଜ ନିକଟରେ ଥିବା ଦକ୍ଷତା ଓ ପ୍ରତିବଦ୍ଧତାର ସୁବିନିଯୋଗ ହେବା ଉଚିତ : ଡ଼ ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ଭର୍ଚ୍ୟୁଆଲ ବିଶ୍ୱ ଯୁବ ଦିବସ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ବିଶ୍ୱ ଯୁବ ଦିବସ ଭିଡିଓ କନଫରେନ୍ସ ବା ଭର୍ଚ୍ୟୁଆଲ ମାଧ୍ୟମରେ ପାଳିତ ହୋଇଯାଇଛି  | ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ  ଡ଼ା ଅରୁଣ କୁମାର ସାହୁ ଯୋଗଦେଇ କହିଥିଲେ ଯେ  ଯୁବକ ଯୁବତୀ ମାନେ ଆମ ଦେଶ ଓ ବିଶ୍ଵର ଭବିଷ୍ୟତ | ସେମାନଙ୍କ ଭିତରେ ଯେଉଁ ସାମର୍ଥ୍ୟ ଓ ପ୍ରତିବଦ୍ଧତା ରହିଛି ତାହାର ସୁବିନିଯୋଗ  କରିବାର ଆବଶ୍ୟକତା ରହିଛି | ଏଅବସାରରେ   ଆଜିର ଯୁବଗୋଷ୍ଠୀଙ୍କୁ କାର୍ଯ୍ୟଦକ୍ଷ କରିବା ପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଡ଼ ସାହୁ | ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁ ବିଶ୍ୱ ଓଡ଼ିଆ ମହାସଂଘ ର ସଭାପତି ଡ଼ା ସୁରେନ୍ଦ୍ରନାଥ ମହାପାତ୍ରଙ୍କୁ  ମନ୍ତ୍ରୀ ଡ଼ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ | 

ସମ୍ମାନିତ ଅତିଥି ଭାବେ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ ଯୁବକ ଯୁବତୀମାନଙ୍କୁ କିପରି ଭାବରେ ଆଗକୁ ବଢିବେ ଉପଦେଶ ଦେଇଥିଲେ |  ବାଙ୍କୀର ବିଧାୟକ  ଦେବୀ ରଞ୍ଜନ ତ୍ରିପାଠୀ, ଚୈଦାର - କଟକର  ବିଧାୟକ  ସୋଭିକ୍ ବିଶ୍ୱାଳ, ମୋ ପରିବାର ସଦସ୍ୟା ଡେଜାଲିନ୍ ମହାପାତ୍ର ଯୋଗଦେଇ ଯୁବ ଶକ୍ତିଙ୍କୁ ରାଜ୍ୟ ତଥା ରାଷ୍ଟ୍ରର ବିକାଶ ସର୍ବୋପରି ଉନ୍ନତ ଭବିଷ୍ୟତ ନିର୍ମାଣର ବିନ୍ଧାଣି ଭାବେ ବର୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ଡ଼ା ସୁରେନ୍ଦ୍ରନାଥ ମହାପାତ୍ର କହିଥିଲେ  ଯୁବକ ଯୁବତୀ ମାନେ ହେଉଛନ୍ତି ଭାରତର ପ୍ରଦୀପ ସଦୃଶ | ଗୋଟିଏ ପ୍ରଦୀପ ଅନେକ ପ୍ରଦୀପ କୁ ଆଲୋକିତ କରିପାରିବ ଓ ଘନ ଅନ୍ଧକାରକୁ ଦୂରକରି ପାରିବ | ଯୁବଶକ୍ତି ଜାଗରଣ ହେଲେ  ଦେଶ ଦୁନିଆ ବିଶ୍ୱ ର କଲ୍ୟାଣ ହୋଇପାରିବ |  ଯୁବଶକ୍ତିକୁ ଠିକଣା ପ୍ରୋତ୍ସାହନ ଦିଆଯିବ ସହ ସେମାନଙ୍କ ଦକ୍ଷତାକୁ ଠିକଣା ଢଙ୍ଗରେ ପରିଚାଳିତ କରିବାର ଆବଶ୍ୟକତା ରହିଛି |  ଯାହାଫଳରେ ସେମାନେ  ନିଜର ଉନ୍ନତି କରିବା ସହ ଦେଶ ଓ ବିଶ୍ଵର ଉନ୍ନତି ସାଧନା କରିପାରିବେ ବୋଲି ଡ଼ ମହାପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଓଡ଼ିଆ ମହାସଂଘ ର ଅଡିଟର ପ୍ରକାଶ ରଞ୍ଜନ ମଲ୍ଲିକ ଏବଂ ସାଧାରଣ ସମ୍ପାଦକ ସଂଜୟ ମହାକୁଡ଼ , ରାମକୃଷ୍ଣ ପାଢ଼ୀ, ରୁଦ୍ରନାରାୟଣ ଦାଶ,  ସୋସିଆଲ ମିଡ଼ିଆ ସଂଯୋଜକ ସୌମ୍ୟ ସରିତ ରାଜସିଂହ ଆଦି  ଯୋଗଦେଇଥିଲେ | କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ  ମାନସ ପଟ୍ଟନାୟକ ସମସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

0
0
0
s2sdefault