ହେଡଲାଇନସ୍:

 ତହସିଲଦାର – ମାଫିଆ ଲିଙ୍କ ଅଭିଯୋଗ :କ୍ରାଇମବ୍ରାଞ୍ଜ ତଦନ୍ତ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବେତନଟୀ ତହସିଲର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ସହିତ ଲଘୁ ଖଣିଜ ସମ୍ପଦ ଚୋରା ବ୍ୟବସାୟ ଚଳାଇଥିବା ମାଫିଆମାନଙ୍କ ସହିତ ଲିଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆଜି କ୍ରାଇମବ୍ରାଞ୍ଚର ଡ଼ିଏସପି ବିକାଶ ବେହୁରୀଆଙ୍କ ନେତୃତ୍ୱରେ ଏକ ୩ ଟିମ୍ ଆସି ମୟୂରଭଞ୍ଜ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ସହିତ ଆଲୋଚନା କରିବା ପରେ ବୈଶିଙ୍ଗା , ବେତନଟୀ ଥାନା ଅଧିକାରୀ ଏବଂ ଅଭିଯୋଗକାରୀଙ୍କୁ ପୃଥକ ପୃଥକ ଭାବେ ଜେରା କରିଥିଲେ । ଏହାପରେ ମାମଲା ସହିତ ଜଡ଼ିତ ଥିବା ଅନେକ ଦସ୍ତାବିଜ ଆଦିକୁ ଜବତ କରିଥିବାର ଜଣାପଡ଼ିଛି । ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କାରଣରୁ କ୍ରାଇମବ୍ରାଞ୍ଚ ଓ ମୟୂରଭଞ୍ଜ ପୁଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନ ଥିଲେ । 

         ସୂଚନା ଯୋଗ୍ୟଯେ, ବହୁ ଚର୍ଚ୍ଚିତ ପୂର୍ବତନ ବେତନଟୀ ତହସିଲଦାର ଅନୀସା ଦାସ ଓ ସେ ମୋରମ ମାଫିଆଙ୍କୁ ଜବତ ହୋଇ ଥିବା ଗାଡ଼ିକୁ ଛାଡ଼ି ଦେବା ନିମନ୍ତେ ବଟି ମାଗୁଥିବାର ଅଭିଯୋଗ ସାଙ୍ଗକୁ ଏକ ଅଡ଼ିଓ ଭାଇରାଲ ହେବା ପରେ ବୈଶିଙ୍ଗା ଥାନାରେ ପ୍ରଥମେ ପୂର୍ବତନ ବେତନଟୀ ତହସିଲଦାର ଅନୀସା ଦାସ ଓ ପରବର୍ତ୍ତି ସମୟରେ ଜବତ ମୋରମ ବୋଝେଇ ଗାଡ଼ିର ଚାଳକ ଅଭିଯୋଗ କରିଥିଲେ । ଉକ୍ତ ମାମଲାରେ ପୁଲିସ ପକ୍ଷରୁ ପୂର୍ବତନ ବେତନଟୀ ତହସିଲଦାର ଅନୀସା ଦାସଙ୍କର ସହଯୋଗୀ ବୋଲି ଅଭିଯୋଗ ହୋଇଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହାପରେ  ପୂର୍ବତନ ବେତନଟୀ ତହସିଲଦାର ଅନୀସା ଦାସଙ୍କୁ ରାତି ଅଧିଆ କଳାହାଣ୍ଡି ଡେପୁଟୀ କଲେକ୍ଟର ଭାବେ ପ୍ରଥମେ ବଦଳି ଓ ପରବର୍ତ୍ତି ସମୟରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସମୟରେ ବିଜେପି ପକ୍ଷରୁ ପୂର୍ବତନ ବେତନଟୀ ତହସିଲଦାର ଅନୀସା ଦାସଙ୍କର ଗିରଫ ଦାବି ସହ ଉକ୍ତ ଘଟଣାରେ ମୋରଡ଼ା ବିଧାୟକ ରାଜ କିଶୋର ଦାସଙ୍କର ସମ୍ପୃକ୍ତି ଥିବାର ଅଭିଯୋଗ ଆଣି ତାଙ୍କୁ ମଧ୍ୟ ଗିରଫ କରାଯିବା ଏବଂ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତ କରାଯିବା ଦାବି  ବିଜେପିର ୩ ବିଧାୟକ ଓ ମୟୂରଭଞ୍ଜ ଲୋକସଭା ସାଂସଦ ବୈଶିଙ୍ଗା ଥାନା ସମ୍ମୁଖରେ ୩ ଦିନ ଧରି ଧାରଣାରେ ବସିଥିଲେ । ତେବେ କ୍ରାଇମବ୍ରାଞ୍ଚ ମାମଲାକୁ ନେଇଥିବାରୁ ବହୁ ଅକୁହା କଥା ଲୋକ ଲୋଚନକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ଓ ପ୍ରକୃତ ଦୋଷୀ ସର୍ବସମ୍ମୁଖକୁ ଆପଣା ଛାଏଁ ଆସିଯିବ ।

 

0
0
0
s2sdefault