କୃଷି ବିଭାଗ ପକ୍ଷରୁ ରାଜ୍ୟର ୨ ଲକ୍ଷରୁ ଉର୍ଧ୍ଵ ଚାଷୀଙ୍କ ପାଖକୁ କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନୋଟିସ ପଠାଯିବା ପ୍ରସଙ୍ଗ
ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟସରକାର
କୋରନା ସଙ୍କଟ ଚାଲିଥିବାବେଳେ ରାଜ୍ୟସରକାର କାଳିଆ ମାଡ କରି ଚାଷୀଙ୍କୁ ତଳିତଳାନ୍ତ କରିବାକୁ ଷଡଯନ୍ତ୍ର କରୁଛନ୍ତି
କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରି ମାନଙ୍କୁ ହିତାଧିକାରି ତାଲିକାରେ କିଏ ସାମିଲ କଲା ?
କରୋନା ମହାମାରୀ ସମୟରେ ଚାଷୀଙ୍କ ଠୁ ପଇସା ଫେରସ୍ତ ଆଣିବା ପାଇଁ ନୋଟିସ ପଠାଇବା ଚାଷୀ ବିରୋଧୀ ନୀତି
ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ ଆରମ୍ଭ ହୋଇଥିଲା କାଳିଆ ଯୋଜନା
କାଳିଆ ଯୋଜନାରେ ସାମିଲ ନଥିବା ଚାଷୀଙ୍କ ପାଖକୁ ବି ପଠାଯାଉଛି ନୋଟିସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଗତ ୨୦ ବର୍ଷ ଧରି ରାଜ୍ୟରେ ଏକ କୃଷକ ବିରୋଧୀ ସରକାର ଚାଲିଛି । ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା । ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରୁଛି ଶାସକ ବିଜେଡି । ଏବେ କୃଷି ବିଭାଗ ପକ୍ଷରୁ ରାଜ୍ୟର ୨ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କ ପାଖକୁ ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନୋଟିସ ପଠାଯିବା ସହ ୧ ମାସ ଭିତରେ ଟଙ୍କା ପଇଠ କରିବା ପାଇଁ ନିଦେ୍ର୍ଧଶ ରହିଛି । ସମଗ୍ର ରାଜ୍ୟରେ ଏବେ କୋରନା ସଙ୍କଟ ଚାଲିଥିବାବେଳେ ରାଜ୍ୟସରକାରଙ୍କ ଏବେ କାଳିଆ ମାଡ କରି ଚାଷୀମାନଙ୍କୁ ତଳିତଳାନ୍ତ କରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚର୍ା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।
କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ । ବିନା ବଜେଟରେ ବିନା ଚାଷୀ ତାଲିକାରେ ଠିକ୍ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ କଂଟିଜେନ୍ସୀ ଫଣ୍ଡରୁ ଅର୍ଥ ଆଣି ବଂଟାଯାଇଥିଲା । କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରି ମାନଙ୍କୁ ହିତାଧିକାରି ତାଲିକାରେ କିଏ ସାମିଲ କଲା ? ଏଥିପାଇଁ ଦାୟୀ କିଏ ? ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।
ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ରାଶି ଘୋଷଣା କରିଥିଲେ ମଧ୍ୟ ଚାଷୀ ତାହା ପାଇବାରୁ ବଂଚିତ ରହୁଛି । ଧାନ ପ୍ରତି କ୍ୱିଂଟାଲ ପିଛା ପ୍ରତି ଚାଷୀ ପିଛା ୩୦୦ ରୁ ୫୦୦ ଟଙ୍କା କାଟିଦିଆଯାଉଛି । ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କିଣି ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିନାହାଁନ୍ତି । ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ରାଶି ଚାଷୀଙ୍କୁ ଯୋଗାଇ ଦେଉଥିବାବେଳେ ରାଜ୍ୟସରକାର ଏପର୍ଯ୍ୟନ୍ତ ଚାଷୀଙ୍କ ତାଲିକା ଦେଇପାରିଲେ ନାହିଁ । ଆଉ ଏବେ କରୋନା ମହାମାରୀ ସମୟରେ ଚାଷୀଙ୍କ ଠୁ ପଇସା ଫେରସ୍ତ ଆଣିବା ପାଇଁ ନୋଟିସ ପଠାଇବା ଚାଷୀ ବିରୋଧୀ ପନ୍ଥା ଆପଣାଇଛନ୍ତି । ଅନ୍ୟପଟେ ଅତାବିରା ର ରଘୁନାଥ ପତି ନାମକ ଜଣେ ଚାଷୀଙ୍କୁ କାଳିଆ ଅର୍ଥ ନମିଳିଥିଲେ ବି ତାଙ୍କୁ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଟଙ୍କା ଫେରାଇବା ପାଇଁ ନୋଟିସ ପଠାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟସରକାରଙ୍କ କାଳିଆ ତାଲିକା ଏଯାବତ ସଂଶୋଧନ ହୋଇପାରିଲା ନାହିଁ । କାଳିଆ ତାଲିକାରୁ ବାଦ ପକାଇ ଏବେ ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ରାଜ୍ୟସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।