ହେଡଲାଇନସ୍:

ପୁଣି ଜଣେ କରୋନା ଯୋଦ୍ଧା ଙ୍କ ସମେତ ୧୩ ଜଣ ନୂଆ କରୋନା ପଜିଟିଭ ଚି଼ହ୍ନଟ, ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) :    ଦିନ କୁ ଦିନ ସମ୍ବଲପୁର  ଜିଲ୍ଲାରେ କରୋନା ସ୍ଥିତି ବେଶ ଗମ୍ଭୀର ହେବାରେ ଲାଗିଛି । ଗତ କିଛି ଦିନ ହେବ ନିୟମିତ ବ୍ୟବଧାନ ରେ ୨0 ରୁ ୨୫ ଜଣ ଜ଼ିଲ୍ଲା ରେ କରୋନା ପୋଜିଟିଭ ଚି଼ହ୍ନଟ ହେଉଛନ୍ତି l କ୍ରମାଗତ ଭାବେ ଜ଼ିଲ୍ଲା ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି l ଆଜି ମଧ୍ୟ ପୁଣି ଜ଼ିଲ୍ଲା ରେ ୧୩ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଚି଼ହ୍ନଟ ୧୩ ଜଣ ଙ୍କ ମଧ୍ୟ ରେ ଜଣେ କରୋନା ଯୋଦ୍ଧା ରହିଛନ୍ତି l ଚି଼ହ୍ନଟ ମାନଙ୍କ ମଧ୍ୟରେ ୧୧ ଜଣ ପୁରୁଷ ଏବଂ ୨ ଜଣ ମହିଳା ରହିଛନ୍ତି l ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଆଜି ଚି଼ହ୍ନଟ ମାନଙ୍କ ମଧ୍ୟରେ ମହାନଗର ନିଗମ ଅଂଚଳ ରୁ ୫ ଜଣ ଏବଂ ମାନେଶ୍ଵର ବ୍ଲକ ରୁ ଚି଼ହ୍ନଟ ଜଣେ ସମୁଦାୟ ୬ ଜଣ ଜ଼ିଲ୍ଲା ରେ ଆରମ୍ଭ ହୋଇଥିବା ଘରକୁ ଘର ଯାଇ ସକ୍ରିୟ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ଦ୍ୱାରା ଚି଼ହ୍ନଟ ହୋଇଥିବା ପ୍ରଶାସନ ସୂଚନା ଦେଇଛି l ଚି଼ହ୍ନଟ କରୋନା ଯୋଦ୍ଧା ଙ୍କ ବୟସ ୫୩ ଏବଂ ସେ ହାଟପଡା ରେଢ଼ାଖୋଲ ବାସିନ୍ଦା ବୋଲି ଜଣାପଡିଛି l ସେହିପରି ରେଢ଼ାଖୋଲ ରୁ ଚି଼ହ୍ନଟ ଅନ୍ୟ ୩ ଜଣ ଙ୍କ ମଧ୍ୟରେ ଜଣେ ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ରୁ ୫୧ (ପୁରୁଷ ), ୪୬ (ପୁରୁଷ) ଓ ୩0 (ପୁରୁଷ) ରହିଛନ୍ତି l ମାନେଶ୍ଵର ବ୍ଲକ ବରଗାଁ ରୁ ଚି଼ହ୍ନଟ ୨୯ (ପୁରୁଷ) ରହିଛନ୍ତି  l ମହାନଗର ନିଗମ ଅଂଚଳ ରୁ ଚି଼ହ୍ନଟ ମାନଙ୍କ ମଧ୍ୟରେ ସକ୍ରିୟ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ଙ୍କ ଦ୍ୱାରା ଯାଞ୍ଚ ସମୟ ରେ ସାକ୍ଷୀପଡା ରୁ ୩୬ (ପୁରୁଷ), ଖ୍ରୀଷ୍ଟିଆନ ପଡା, ହୀରାକୁଦ ରୁ ୪୯ (ପୁରୁଷ), ସୁନାପାଲୀ ରୁ ୬୫ (ମହିଳା), ବଡ଼ବଜ଼ାର ରୁ ୪୫ (ପୁରୁଷ) ରହିଛନ୍ତି l ସହର ର ଅଇଁଠାପାଲି ରୁ ୪୪ (ପୁରୁଷ), ପାଞ୍ଚ ଗଛିଆ, ବରେଇପାଲି ରୁ ୪୪ (ପୁରୁଷ) ଏବଂ ମୌର୍ଯ୍ୟ ରେସିଡେନ୍ସି ରୁ ୪୧  (ପୁରୁଷ) ଚି଼ହ୍ନଟ ହୋଇଛନ୍ତି l 

ଆଜି ର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ସମ୍ବଲପୁର ରେ ଏଯାବତ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏମାନଙ୍କ ମଧ୍ୟରୁ ୧୧୯ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୨୮ ଜଣ ସକ୍ରିୟ ରହିଛନ୍ତି ଓ ସେମାନଙ୍କ କୋଭିଡ ହସ୍ପିଟାଲର ରେ ଚିକିତ୍ସା ଚାଲିଛି । ତେବେ କରୋନା ଆକ୍ରାନ୍ତ ଚି଼ହ୍ନଟ ସମସ୍ତ  ଙ୍କୁ ଆଜି  କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି  ଏବଂ ସମସ୍ତ  ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ଜ଼ିଲ୍ଲା ରେ ସଂକ୍ରମଣ ର ଭୟାବହତା କୁ ଦୃଷ୍ଟି ରେ ରଖି ଗତ ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟାୟ ୧0 ଦିନ ୨ଟି ପର୍ଯ୍ୟାୟ ରେ ସମଗ୍ର ଜ଼ିଲ୍ଲା କୁ ଜ଼ିଲ୍ଲାପାଳ ସଟ୍ ଡାଉନ୍ ଘୋଷଣା ର ଆଜି ତୃତୀୟ ଦିନ ଜାରୀ ରହିଛି l

0
0
0
s2sdefault