କୋବିଦ ଜନିତ ମୃତୁସଂଖ୍ୟା ପହଁଚିଲା ୫୬ରେ, ଆଉ ଦୁଇ ମୃତ୍ୟୁ ଅନ୍ୟ କାରଣରୁ
ଭୁବନେଶ୍ୱର :ଆଜି ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଛି କରୋନା | ଚିହ୍ନଟ ହୋଇଛନ୍ତି ୭୫୫ ଜଣ ଆକ୍ରାନ୍ତ | କ୍ଵାରେଣ୍ଟାଇନରୁ ୫୦୮ ଜଣ ଚିହ୍ନଟ ହୋଇଥିବା ବେଲେ ବାହାରୁ ଚିହ୍ନଟ ହୋଇଛନ୍ତି ୧୪୭ ଜଣ | ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୨୦ ଜଣ | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬ରେ ପହଁଚିଥିବା ବେଳେ ଆଜି ସୁଦ୍ଧା ସକ୍ରିୟ ଅଛନ୍ତି ୪୪୭୬ ଜଣ | ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୬ ଜଣଙ୍କ ଦେହାନ୍ତ ହୋଇଥିବା ବିଷୟ ଟୁଇଟ କରି ସୂଚନା ଦିଆଯାଇଛି | କରୋନା ପାଇଁ ୪ ଜଣଙ୍କ ଜୀବନ ଯାଇଥିବା ବେଲେ ଅନ୍ୟ କାରଣରୁ ୨ ଜଣଙ୍କ ଜୀବନ ଯାଇଛି | କରୋନାରେ ପ୍ରାଣ ହରାଇଥିବା ୪ ଜଣ ଯାକ ଗଂଜାମ ଜିଲ୍ଲାର ଓ ଅନ୍ୟ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭଦ୍ରକ ଓ ଆଉ ଜଣେ ସୁନ୍ଦରଗଡ଼ରୁ |
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରୁ ୮୬ ଜଣ , ସୁନ୍ଦରଗଡ଼ରୁ ୬୨ ଜଣ ,ଖୋର୍ଦ୍ଧାରୁ ୫୯ ଜଣ ,କଟକରୁ ୫୫ ଜଣ , ଅନୁଗୁଳରୁ ୩ଜଣ , ବାଲେଶ୍ୱରରୁ ୯ଜଣ , ବରଗଡ଼ରୁ ଜଣେ ; ଭଦ୍ରକ, କନ୍ଧମାଳ , ସମ୍ବଲପୁରରୁ୨ଜଣ ଲେଖାଏଁ ,ବଲାଙ୍ଗୀର, ମୟୁରଭଞ୍ଜରୁ ୧୨ ଜଣ ଲେଖାଏଁ, ଦେଓଗଡ଼ ଓ ଢେଙ୍କାନାଳରୁ ୪ ଜଣ ଲେଖାଏଁ, ଗଜପତିରୁ ୩୦ ଜଣ, ଜଗତସିଂହପୁର , କେନ୍ଦ୍ରାପଡ଼ା, କୋରାପୁଟରୁ ୫ ଜଣ, କେନ୍ଦୁଝରରୁ ୩୨ ଜଣ , ମାଲକାନଗିରିରୁ ୧୮ ଜଣ , ନୟାଗଡ଼ରୁ ୧୬ ଜଣ, ପୁରୀରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି ।