ହେଡଲାଇନସ୍:

ପାରଳାଖେମୁଣ୍ଡି ପୌରପରିଷଦର  ୮ ଟି ସାହିବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି ।  ଜୁଲାଇ ୭ ତାରିଖରେ ଗଜପତି ଜିଲ୍ଲାରେ ୫୬ ଟି କରୋନା ପୋଜିଟିଭ ଆକ୍ରାନ୍ତକାରୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୬ ଗୋଟି କରୋନା ପୋଜିଟିଭ ଥିବା ଚିହ୍ନଟ ହୋଇଛନ୍ତି । ଏହି ୧୬ ଜଣ କରୋନା ପୋଜିଟିଭ ଆକ୍ରାନ୍ତକାରୀ ପାରଳାଖେମୁଣ୍ଡି ସହରର ୮ ଗୋଟି ସାହିବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।     ସହରରେ କରୋନା ସ୍ଥିତି ଏଭଳି ସଙ୍ଗିନ ହୋଇ ପଡିଥିବା ଯୋଗୁଁ ପାରଳାଖେମୁଣ୍ଡି ବାସୀ ଅତ୍ୟନ୍ତ ଭୟଭୀତ ହୋଇ ପଡିଛନ୍ତି ।

   ଏଭଳି କରୋନା ସ୍ଥିତିକୁ ଦୃଷ୍ଟି ଆଗରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ୮ ଟି ସାହିବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ତଥା ନିଷେଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ସେହି ସାହିବସ୍ତି ଗୁଡିକ ହେଲା , ଇନ୍ଦିରା ନଗର , ନଡ଼ିଆ ତୋଟା ସାହି , ଭଣ୍ଡାରୀ ସାହି , ଧୋବା ସାହି , କଣ୍ଡରା ସାହି , ଗାର୍ଲସ ହାଇସ୍କୁଲ ରୋଡ୍ , ମାଟିଆ ସାହି ଏବଂ ସୁବାସ ନଗର ସାହି ।

 ଏହି ୮ ଟି ସାହିବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ସମସ୍ତ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି । ବାଉଁଶ ବେରିକେଟ କରାଯାଇ ପୌର କର୍ମଚାରୀ ଜଗି ରହିଛନ୍ତି ।  ଭିତରକୁ କି ବାହାରକୁ ଯିବା ଆସିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି।

   ସମସ୍ତ ସାହିବସ୍ତି ଅଞ୍ଚଳରେ ଅଗ୍ନିଶମ ବିଭାଗ ଦ୍ୱାରା ସେନିଟାଇଜ ସ୍ପ୍ରେ କରି ବିଶୋଧନ କରାଯାଇଛି ।  ପୌର ପରିଷଦ ପକ୍ଷରୁ  ନିବାହି ଅଧିକାରୀ ଅଶୋକ କୁମାର ରାଉତ ,  ପୌରାଯନ୍ତ୍ରୀ ଭେକେଟ ରମାନ ଏବଂ କନିଷ୍ଠ ଯନ୍ତ୍ରୀ ଏମ:ଯୁଧିଷ୍ଠିର ପ୍ରମୁଖଙ୍କ ଉପସ୍ଥିତିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ବିଶୋଧନ ପ୍ରକ୍ରିୟା ସହିତ ବିଲିଚିଂ ପାଉଡର ପକାଯାଇ ପରିମଳ ପରିବେଶକୁ ସଫା କରାଯାଉଛି ଏବଂ ବିଭିନ୍ନ ସାହିବସ୍ତିରେ ଡାକବାଜି ଯନ୍ତ୍ର (ମାଇକ) ଯୋଗେ କରୋନା ଉପରେ ସଚେତନତା କରା ଯାଉଛି ।

   ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହିଳା ସ୍ବାସ୍ଥ୍ୟକର୍ମୀ , ଆଶାକର୍ମୀ ଓ ସ୍ୱଚ୍ଛସାଥି ମାନେ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଘର ଘର ବୁଲି ଘର ଲୋକଙ୍କ , ଥର୍ମାଲ ଟେଷ୍ଟ , କଣ୍ଟ୍ରାକ୍ଟ ଟ୍ରାସିଙ୍ଗ ଏବଂ ବିଭିନ୍ନ ରୋଗ ଉପରେ ତଥ୍ୟ ସଂଗ୍ରହ କରୁଛନ୍ତି ।

0
0
0
s2sdefault