ବରିଷ୍ଠ ଉପସଭାପତି ୮, ପୋର୍ଟଫୋଲିଓ ସହ ଉପସଭାପତି ୯
ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ବିଜେଡି ତାହାର ଆଂଶିକ କମିଟି ଘୋଷଣା କରିଛି | କମିଟିରେ ବରିଷ୍ଠ ଉପସଭାପତି ୮ଜଣ ଥିବା ବେଳେ ଉପସଭାପତି ଭାବେ ୯ଜଣ ନିଯୁକ୍ତ ହୋଇଛନ୍ତି | ଏଥର ଉପସଭାପତିମାନଙ୍କୁ ବିଭିନ୍ନ ବିଭାଗ ବା ପୋର୍ଟଫୋଲିଓ ଦିଆଯାଇଛି ସ୍ୱତନ୍ତ୍ରଭାବେ |
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଦଳର ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଥିବା ନେତାମାନେ ହେଲା ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ କୁମାର ପାଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ ବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁର | ସ୍ୱତନ୍ତ୍ର ପୋର୍ଟଫୋଲିଓ ବା ବିଭାଗ ସଂଘ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ମଙ୍ଗଳ କିସାନ(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ), ସୌମ୍ୟ ରଞ୍ଜନ ପଟନାୟକ( କଲା, ସଂକୃତି, ମାନବ ସମ୍ବଳ ବିକାଶ ବ୍ୟାପାର ), ଦେବୀ ପ୍ରସାଦ ମିଶ୍ର ( ମୋ ପରିବାର) , ବିକ୍ରମ କେଶରୀ ଆରୁଖ(ପରିବେଶ ବ୍ୟାପାର ), ଉଷା ଦେବୀ(ସମାଜ ମଙ୍ଗଳ ବ୍ୟାପାର ) , ପ୍ରମିଳା ମଲ୍ଲିକ(ମହିଳା ସାଶକ୍ତିକରଣ ବ୍ୟାପାର ), ବଦ୍ରି ନାରାୟଣ ପାତ୍ର (ଆଂଚଳିକ ବିକାଶ ବ୍ୟାପାର ), ପ୍ରଦୀପ କୁମାର ଅମାତ(ସଶକ୍ତ ଓଡିଶା ବ୍ୟାପାର ) ଓ ପଦ୍ମନାଭ ବେହେରା(ତଫସିଲଭୁକ୍ତ ଜାତି ସଶକ୍ତିକରଣ ବ୍ୟାପାର ) |ସେହିପରି ସଂଜୟକୁମାର ଦାସବର୍ମା ସାଧାରଣ ସମ୍ପାଦକ (ହେଡ଼କ୍ୱାର୍ଟର )ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିବା ଦଳର ସାଧାରଣ ସମ୍ପାଦକ ( ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |