ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକର ସୁନାମୁହିଁରେ ବାହ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମୋଟ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଂଚିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ପ୍ରଶାସନ ଓଡ଼ଗାଁ ଏନଏସି ସହିତ ୫ଟି ପଂଚାୟତର ୨୦ ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଥିବା ବେଳେ ୧୫ଟି ଗ୍ରାମକୁ ବଫର ଜୋନ୍ ଘୋଷଣା କରିଛି । ସୂଚନାନୁସାରେ, ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପ୍ରଥମେ ତାଙ୍କ ସଂମ୍ପର୍କୀୟଙ୍କୁ କରୋନା ହୋଇଥିବା ଜଣାଯାଇଥିଲା । ମାତ୍ର ଗତକାଲି ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୁନାମୁହିଁ ଅଂଚଳର ୧୦ ଜଣଙ୍କୁ କରୋନା ହୋଇଥିବା ଏବଂ କୁରାଳ ସଂଗରୋଧରେ ରହିଥିବା ବାହ୍ୟ ଆକ୍ରାନ୍ତ ସଂମ୍ପର୍କୀୟ ୪ ଜଣଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ମହିଳା, ୫ ଜଣ ପୁରୁଷ ଏବଂ ୪ ଜଣ ଶିଶୁ ଅଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲ୍ଲା ପ୍ରଶାସନ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗଂଜାମ ଜିଲ୍ଲା ବୁଗୁଡ଼ାରେ ରହିଥିବାରୁ ପ୍ରଶାସନ ଗଂଜାମ ଜିଲ୍ଲା ପ୍ରଶାସନ ମାଧ୍ୟମରେ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି । ଏହାକୁ ନେଇ ଓଡ଼ଗାଁ ବ୍ଲକ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ଓଡ଼ଗାଁ ବ୍ଲକର କୁରାଳ, କୋମଣ୍ଡ, ସୁନାମୁହିଁ, ଗିରିଡ଼ିପଲ୍ଲୀ, ପାଣ୍ଡେରିପଡ଼ା ପଂଚାୟତର ୨୦ ଖଣ୍ଡ ଗ୍ରାମ ସମେତ ଓ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦକୁ ପ୍ରଶାସନ କଣ୍ଟେନ୍ଣ୍ଣ୍ ଘୋଷଣା କରିବା କରାଯାଇଛି । ଏନେଇ ଜିଲ୍ଲାପାଳ ନୟାଗଡ ଏବଂ ଓଡ଼ଗାଁରେ ଜିଲ୍ଲା ସ୍ତରୀୟ ଓ ବ୍ଳକ ସ୍ତରର ପଦଧିକାରୀ ମାନଙ୍କ ସହିତ ବୈଠକରେ ଆଲୋଚନା କରି ବିଧିବଧ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଏହି ସବୁ ଅଂଚଳରେ କଟକଣା କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରଶାସନ ଏହି ଅଂଚଳରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କରୋନା ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିବ ବୋଲି ଜଣାଯାଇଛି ।
ସୂଚନା ଥାଉକି ନୟାଗଡ଼ ଜିଲ୍ଲାର ପ୍ରଥମ କରୋନା ମୃତ୍ୟୁ ଖବର ପ୍ରଶାସନ ପାଖରେ ପହଁଚିଛି । ନୟାଗଡ଼ ସୁନାଦୋକାନ ସଂସ୍ପର୍ଶରେ ଆସି ଯଦୁମଣୀନଗରର ଜଣେ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ପ୍ରଶାସନ କୋଭିଡ ହସ୍ପିଟାଲ ପଠାଇଥିଲେ । ସେଠାରେ ଚିକିତ୍ସା ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।