ବାରିପଦା ଆର୍ବାନ ବ୍ୟାଙ୍କ ଜମାଟଙ୍କା ଫେରସ୍ତ ରାୟ
ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବାରିପଦା ଆର୍ବାନ ବ୍ୟାଙ୍କର ୭୨ ହଜାର ଜମାକାରୀମାନଙ୍କର ଜମା ରାଶି ଫେରସ୍ତ ରାସ୍ତା ଫିଟିପାରିଛି ଓ ଗତ ଜୁନ ୨୫ରେ ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଛନ୍ତି । ଫଳରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଓ ବିଜେଡ଼ିର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଦାସଙ୍କୁ ମୟୂରଭଞ୍ଜବାସୀଙ୍କ ପକ୍ଷରୁ ଓଡ଼ିଶା ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡ଼ିର ପୂର୍ବତନ ସଭାପତି ଦେବାଶିଷ ମହାନ୍ତି କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀଦାସ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଭାର ସମ୍ଭାଳିବାର ପରବର୍ତ୍ତି ସମୟରୁ ଆର୍ବାନ ବ୍ୟାଙ୍କରେ ଜିଲ୍ଲାର ୭୨ ହଜାର ଜମାକାରୀମାନଙ୍କର ଜମା ରାଶି କିପରି ଫେରସ୍ତ ପାଇ ପାରିବେ ସେଥି ନିମନ୍ତେ ନିରନ୍ତର ଭାବେ ଉଦ୍ୟମ ଜାରି ରଖିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ନିମନ୍ତେ ସଫଳ ପ୍ରୟାସ ଓ ହସ୍ତକ୍ଷେପ ପରେ ଆଜି ଜମାକାରୀମାନଙ୍କର ଜମା ରାଶି ଫେରସ୍ତା ପାଇବାର ପଥ ସୁଗମ ହୋଇପାରିଛି । ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଆସିବା ପରେ କମାକାରୀ ଏବଂ ଜିଲ୍ଲାବାସୀଙ୍କ ମଧ୍ୟରେ ଆନ୍ଦ ଖେଳାଇ ଦେଇଛି ବୋଲି ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀମହାନ୍ତି ପ୍ରକାଶ କରିବା ସଂଗେସଂଗେ ଆଗାମୀ ଦିନରେ ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀଦାସଙ୍କ ଉଦ୍ୟମ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାରେ ବହୁବିଧ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ନିତ ହେବ ବୋଲି ଶ୍ରୀମହାନ୍ତି କହିଛନ୍ତି ।