ହରଡ଼ଘଣାରେ ବିଡ଼ିଓ, ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
ହାଟଡିହି / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସରେ ବିନା କାର୍ଯ୍ୟ ରେ ପ୍ରାୟ 25 ଜଣ ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତିଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇ ପ୍ରାୟ 1 ଲକ୍ଷ 32 ହଜାର ଟଙ୍କା ବିଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା | ଘଟଣାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ଟିମ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି | ବିଡ଼ିଓ ଜୟଦେବ ଦାସ ଘଟଣା ଦିଗରେ ଶାଳନିଆ ପଞ୍ଚାୟତ ଜିଆରଏସ ସସ୍ମିତା ବେହେରା ଙ୍କୁ ଚିଠି ନଂ 1824/18.6.2020ରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି | ବିଡ଼ିଓଙ୍କ ନୋଟିସର କଡା ଜବାବ ଦେଇଛନ୍ତି ଜିଆରଏସ| ପିଏସ ସେୟାର ରେ ବ୍ଲକ ତରଫରୁ କାର୍ଯ୍ୟାଦେଶ ବାହାର କରି କାର୍ଯ୍ୟର ଜିଇଓ ଟ୍ୟାଗ, ଅଣ କୁଶଳୀ ଶ୍ରମିକ କାର୍ଯ୍ୟ ପାଇଁ ଆବେଦନ, ଲେବର ଡିମାଣ୍ଡ ଦେଇ ମଷ୍ଟର ରୋଲ ବାହାର କରିବା, ମଜୁରୀ ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟ ତାଙ୍କ ଅଗୋଚରରେ ବ୍ଲକ ତରଫରୁ କରାଯାଇଛି | ଯାହା ଫଳରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ କରାଯାଇ ପାରୁନାହିଁ ବୋଲି ଜିଆରଏସ ସସ୍ମିତା ବେହେରା ନିଜ ଜବାବ ଚିଠି ରେ ଉଲେଖ କରିଛନ୍ତି | ଏପରିକି ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀଙ୍କୁ ପୂର୍ବରୁ ଜଣାଇଥିବା ଏବଂ ପିଛିଲା ତାରିଖ ପକାଇ ଜବକାର୍ଡ ବାହାର କରାଯାଉଥିବା ମଧ୍ୟ ସେ ଦର୍ଶାଇଛନ୍ତି |
ଜିଆରଏସଙ୍କ ଏପରି ଜବାବ ଦିଗରେ ତଦନ୍ତ ଆବଶ୍ୟକ ହୋଇଥିବା ବେଳେ ବିଡ଼ିଓ ଙ୍କ ପାଇଁ ସମସ୍ୟା ଏବଂ ଅଡୁଆ ସୃଷ୍ଟି ହୋଇଛି | କିପରି, କାହା କ୍ଷମତା ଓ କେଉଁ ସରକାରୀ ନିୟମ ଆଧାରରେ ଏମଜିଏନଆରଇଜିଏସ କାର୍ଯ୍ୟ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ତାହାର ତଦନ୍ତ ଆବଶ୍ୟକ ହୋଇଛି | ଏପରିକି ବିଡ଼ିଓଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକଟ ହୋଇଛି | ବଡ଼ ବଡ଼ିଆ ସରକାରୀ ବାବୁ ଫସିବା ସମ୍ଭାବନା ଦେଖା ଦେଇଥିବାରୁ ଘଟଣା କୁ ଚାପିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ମୁଖ୍ୟ ଆଲୋଚନାର ପ୍ରସଙ୍ଗ ସାଜିଛି | ତେବେ ତଦନ୍ତକାରୀ ଅଧିକାରୀ ମାନେ କିପରି ଢଙ୍ଗରେ ରିପୋର୍ଟ କରିବେ ଏବଂ କିପରି ଢଙ୍ଗରେ କାର୍ଯାନୁଷ୍ଠାନ ହେବ ତାକୁ ଅପେକ୍ଷା କରାଯାଇଛି | ପ୍ରକାଶ ଥାଉକି, ଶାଳଣିଆଁ ପଞ୍ଚାୟତ ସୋଲପଟା ଗ୍ରାମର 70 ବର୍ଷୀୟ ବୃଦ୍ଧ ଅଧିକାରୀ ନାୟକ ଙ୍କ ନାମରେ ଚଳିତ 2020-2021 ଆର୍ଥିକ ବର୍ଷରେ ଦେଢ଼ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରେ ଗତ ମେ ମାସ 27 ତାରିଖ ରୁ ଜୁନ 9 ତାରିଖ ଦୁଇ ସପ୍ତାହ ପାଇଁ ଲେବର ଡିମାଣ୍ଡ ଦିଆହୋଇ ମଷ୍ଟର ରୋଲ ବାହାରି ବିଲ ହୋଇଥିଲା | କିନ୍ତୁ 2015-16 ରେ ଅଧିକାରୀ ଙ୍କ ପୁଅ ସରୋଜ ନାୟକ ପାଇଥିବା ଫାର୍ମ ପଣ୍ଡ ପ୍ରକଳ୍ପ କୁ ଦେଖାଇ ଏବେ ବାପା ଅଧିକାରୀ ଙ୍କ ନାମରେ ଲକ୍ଷାଧିକ ଟଙ୍କା ବିଲ କରାଯାଇଛି. ଯାହାକୁ ନେଇ ଅଭିଯୋଗ ହୋଇଥିଲା |