ପରିବର୍ତ୍ତିତ ୟୁଜିସି ଗାଇଡ଼ ଲାଇନ : ଉଚ୍ଚ ଶିକ୍ଷାମନ୍ତ୍ରୀ ନେଲେ କୁଳପତିମାନଙ୍କ ଗୁରୁତ୍ୱପୂର୍ଣ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଲକ ଡାଉନ କଟକଣା ଯୋଗୁ ବ୍ୟାହତ ହୋଇଥିବା ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ଆସନ୍ତା ଶିକ୍ଷାବର୍ଷ ପାଇଁ ଶିକ୍ଷାଦାନ ଓ ପରୀକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି |  ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସମସ୍ତ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାଦାନ ଵ୍ୟବସ୍ଥାକୁ ସ୍ୱାଭାବିକ କରିବା ଉଦ୍ଦେଶ୍ୟ ନେଇ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏକ  କୁଳପତି ମାନଙ୍କ ଗୁରୁତ୍ୱପୂର୍ଣ ବୈଠକ | ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର  ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ଲକ୍ ଡାଉନ୍ ହେତୁ ଜୁନ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ୟୁଜିସି ଗାଇଡ ଲାଇନ ମୁତାବକ ରାଜ୍ୟ ରେ ଚଳିତ ଶିକ୍ଷାବର୍ଷ କେବେ ଓ କିପରି ଆରମ୍ଭ ହେବ, ପରୀକ୍ଷା ପରିଚାଳନା କିପରି ହେବ ସେ ନେଇ ଚାଲିଛି ବିଚାର ବିମର୍ଷ କରାଯାଇଥିବା ଜଣାପଡିଛି  । ସବିଶେଷ ବିଚାର ବିମର୍ଷ ପରେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବ |

ସୂଚନାଯୋଗ୍ୟ ଯେ  କୋଭିଡ-19 ମହାମାରୀ ଓ ଏଥିଯୋଗୁ ଜାରି ହୋଇଥିବା ଲକଡାଉନ କାରଣରୁ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ତେଣୁ ଶିକ୍ଷାଗତ କ୍ଷତିକୁ ଏଡ଼ାଇବା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଶ୍ବ ବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ ସମିତି ଗଠନ କରାଯାଇଥିଲା। ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ଆର.ସି. କୁହାଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମିତିରେ ଅନ୍ୟ ସଦସ୍ୟମାନଙ୍କ ସହିତ ହରିୟାଣା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ସଦସ୍ୟ ରହିଥିଲେ। ଏପ୍ରିଲ ୨୭ରେ ଅନୁଷ୍ଠିତ ଆୟୋଗଙ୍କ ବୈଠକରେ ସମିତିର ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏଥିରେ ଥିବା ସୁପାରିସକୁ ଗ୍ରହଣ କରାଯାଇ ୟୁଜିସି ପକ୍ଷରୁ ପରୀକ୍ଷା ଏବଂ ଶିକ୍ଷାବର୍ଷ ପାଇଁ ଜରୁରି ଗାଇଡଲାଇନକୁ ଅନୁମୋଦନ କରାଯାଇଥିଲା |  

ୟୁଜିସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ଯେ ,ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ସେମିଷ୍ଟର ସଂକ୍ରାନ୍ତରେ ବର୍ତ୍ତମାନ ଏବଂ ପୂର୍ବ ସେମିଷ୍ଟର ଫଳାଫଳକୁ ଆଖି ଆଗରେ ରଖି ଗ୍ରେଡ ପ୍ରଦାନ କରାଯିବ। ଯେଉଁସବୁ ରାଜ୍ୟରେ କୋଭିଡ-19 ସ୍ଥିତି ସାମାନ୍ୟ ରହିଛି ସେଠାରେ ଜୁଲାଇ ମାସରେ ପରୀକ୍ଷା ଆୟୋଜିତ ହେବ। ଛାତ୍ରଛାତ୍ରୀଙ୍କ ଟର୍ମିନାଲ ସେମିଷ୍ଟର ଜୁଲାଇ ମାସରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଏକ କୋଭିଡ-19 ସେଲ ଖୋଲାଯିବ। ଏହା ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଓ ପରୀକ୍ଷା ଜନିତ ସମସ୍ୟାର ସମାଧାନ କରିବ। ଦ୍ରୁତ ନିର୍ଣ୍ଣୟ ନେବା ଲାଗି ୟୁଜିସିରେ ମଧ୍ୟ ଏକ କୋଭିଡ-19 ସେଲ ଖୋଲାଯିବ।

ଏହି ଗାଇଡଲାଇନର ବିଶେଷତ୍ବ ହେଉଛି ପରାମର୍ଶ ଆକାରରେ ଏହା ଜାରି କରାଯାଇଛି। କୋଭିଡ-19 ମହାମାରୀକୁ ଆଖି ଆଗରେ ରଖି ବିଶ୍ବବିଦ୍ୟାଳୟଗୁଡ଼ିକ ନିଜସ୍ବ କାର୍ଯ୍ୟଯୋଜନା ପ୍ରସ୍ତୁତ କରିପାରିବେ। ସେମାନେ ସାମାଜିକ ଦୂରତ୍ବ ରକ୍ଷା ସୁନିଶ୍ଚିତ କରିବେ।

 

0
0
0
s2sdefault