ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ବାହାର ରାଜ୍ୟରୁ ଫେରି ଆସିବାକୁ ଥିବା ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରଙ୍କ  ନିର୍ଦ୍ଦେଶନାମା ପ୍ରକାରେ ଯେଉଁ ଶ୍ରମିକ ମାନେ ବାହାର ରାଜ୍ୟକୁ  କାମ କରିବା ପାଇଁ ଯାଇଥିଲେ ଏବଂ ଲକ୍ ଡାଉନ୍ ଯୋଗୁଁ ନିଜଗ୍ରାମକୁ ଆସିପାରୁ ନାହାନ୍ତି , ସେମାନେ ଲାକ୍ ଡାଉନ୍ ଅବଧି ଶେଷ ହେବା ପ୍ରକାରେ ଫେରି ପାରିବେ , ସେଥିପାଇଁ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।

   ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ପଞ୍ଚାୟତରେ ଏଭଳି ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି ।  ଅଙ୍ଗନବାଡି କର୍ମୀ ମାନେ ପ୍ରତ୍ୟେକ ଘରକୁ ଘର ଯାଇ ସେମାନଙ୍କ ପରିବାରର କିଏ ବାହାର ରାଜ୍ୟରେ ଅଛନ୍ତି କି , ଯଦି ଆସିବେ ତେବେ କେତେ ଜଣ ବୋଲି ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ବିଭିନ୍ନ କଥା ବୁଝାଉଛନ୍ତି । ଏ ସମ୍ପର୍କରେ ଜଣେ ଅଙ୍ଗନବାଡି କର୍ମୀ କୁମାରୀ ସୁଚିସ୍ମିତା , ସେ କିପରି ଓ କଣ ସବୁ ତଥ୍ୟ ସଂଗ୍ରହ କରୁଛନ୍ତି, ତାହା କହିଥିଲେ ।

   ସେହିଭଳି ବାହାର ରାଜ୍ୟରେ ନିଜ ସମ୍ପର୍କୀୟ ମାନେ ଲକ୍ ଡାଉନ୍ ହେବା ଫଳରେ ରହି ଯାଇଥିବା ଯୋଗୁଁ ଏବଂ ସେମାନେ ଆସିବା ପାଇଁ ନାମ ପଞ୍ଜିକରଣ କରିବାକୁ ଖାରଡା ପଞ୍ଚାୟତ  କାର୍ଯ୍ୟାଳୟ ଠାରେ ତାବଡା , ଖାରଡ଼ା ଓ ନୂଆଗାଁ ପ୍ରଭୃତି ଗ୍ରାମର ଲୋକେ ମୁହଁରେ ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ରକ୍ଷା କରି ଲମ୍ବା ଲାଇନ୍ ଲଗାଇଥିଲେ । 

  ବାହାର ରାଜ୍ୟରୁ କେତେ ଲୋକ  ଓ କେଉଁ କେଉଁ ଗ୍ରାମରୁ ଆସିବେ ତାହା , ଆସିଥିବା ଲୋକଙ୍କ ଠାରୁ  ଆସିବା ଲୋକଙ୍କ ଆଧାର କାର୍ଡ ଓ ଫୋନ ନମ୍ବର ସବୁ ସଂଗ୍ରହ କରିବା ସହ ଲେଖି ନାମ ପଞ୍ଜିକରଣ କରୁଛନ୍ତି ଏବଂ ଏଥିପାଇଁ କଣ ସବୁ ପ୍ରସ୍ତୁତି ହୋଇଛି ତାହା ସରପଞ୍ଚ ଲୋକେଶ୍ୱର ତୁରିବୁଡି କହିଥିଲେ ।

  ବାହାର ରାଜ୍ୟରୁ  ଆସିବା ଶ୍ରମିକ ମାନଙ୍କ ନିମନ୍ତେ  ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ କିଭଳି ସବୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ବିଭିନ୍ନ ବ୍ୟବସ୍ଥା ସହ ଆଗୁଆ ପ୍ରସ୍ତୁତି କରି ରଖା ଯାଇଛି , ତାହା କହିଥିଲେ ।

0
0
0
s2sdefault