ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଗୋଟିଏ ଦିନର ଦରମା ଦେଲେ ନୂଆପଡ଼ା ବ୍ଲକ ଶିକ୍ଷକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଶିକ୍ଷା ବିଭାଗ କର୍ମଚାରୀମାନେ କରୋନା ପରିସ୍ଥିତିର ମୁକାବିଲା  ପାଇଁ ସହଯୋଗର ହାତ ବଢାଇଛନ୍ତି । ନୂଆପଡ଼ା  ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ୧୮ଟି କ୍ଲଷ୍ଟର ତଥା (ସିଆରସିସି) ଅଧୀନରେ ଥିବା ସମସ୍ତ ଶିକ୍ଷକ ସେମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ନୂଆପଡ଼ା ବିଇଓ ୪ ହଜାର ୩୦୦, ନୂଆପଡ଼ା କ୍ଲଷ୍ଟର ୯୬ ହଜାର ୫୦୦, ଡୁମେରପାଣୀ ୭୮ ହଜାର ୭୪୭, କୋଦୋମେରୀ ୬୮ ହଜାର ୮୭୧, ଅଁଳାଯୁବା ୬୧ ହଜାର ୨୫୨, ବୁଢିପାଲି  ୬୩ ହଜାର ୯ ଟଙ୍କା, ମହରାଡିହୀ ୫୩ ହଜାର ୧ ଟଙ୍କା, ଗୋଡଫୁଲା ୫୩ ହଜାର ୫୧, ଖରିଆର ରୋଡ ୪୭ ହଜାର ୧୦୧, ଟାନୱାଟ ୪୪ ହଜାର ୬୬୯, ଧରମବନ୍ଧା ୩୯ ହଜାର ୬୦୨, ଆମୋଦୀ ୩୯ ହଜାର ୨୦୬, ପରକୋଡ ୩୫ ହଜାର ୪୩୩, ମୋଟାନୂଆପଡ଼ା  ୩୨ ହଜାର ୫୦୦, ବେଲଟୁକୁରୀ ୨୪ ହଜାର ୩୦୪, ସାରାବଙ୍ଗ ୨୦ ହଜାର ୯୧୮, ଛିନ୍ଦପାଣି ୪୭ ହଜାର ୭୦୦, ମଶାନକୁଣ୍ଡା କ୍ଲଷ୍ଟର ପକ୍ଷରୁ ୫୫ ହଜାର ୩୧୦ ଟଙ୍କା ମୋଟ ୮ ଲକ୍ଷ ୬୫ ହଜାର ୪୭୪ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ନୂଆପଡ଼ା ବିଇଓ ରେଶମଲାଲ ନାଏକ ପ୍ରକାଶ କରିଛନ୍ତି ।

0
0
0
s2sdefault