ହେଡଲାଇନସ୍:

କଟକ ଷ୍ଟେସନଠାରେ ପହଁଚିଲା ପୋଲିସଙ୍କ ପାଇଁ ଆବଶ୍ୟକ ନିଜସ୍ୱ ସୁରକ୍ଷା ସାମଗ୍ରୀ, ମାସ୍କ ଓ ଗ୍ଲୋବ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲକ ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଭୁତାଣୁର ସଂକ୍ରମଣ କୁ ପ୍ରତିହତ କରିବା ପାଇଁ  ଲକ ଡାଉନ ସତ୍ୱେ ରେଲ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବାକୁ କ୍ରମାଗତ ଭାବେ ସୁନିଶ୍ଚିତ କରୁଅଛି I ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚାଇବା ପାଇଁ ପାର୍ସଲ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଅଛି I  ଅତ୍ୟାବଶ୍ୟକ ଜିନିଷ ଯଥା ଫଳ, ପନିପରିବା, ଦୁଗ୍ଧ ଗୁଣ୍ଡ, ଚିନି, ଔଷଧ ଏବଂ ଖାଇବା ତେଲ ଇତ୍ୟାଦି ପରିବହନ କରି ଲୋକମାନଙ୍କର ଜରୁରୀ ଦ୍ରବ୍ୟକୁ ପାର୍ସଲ ଏକ୍ସପ୍ରେସ ଚଳାଚଳ ଦ୍ୱାରା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରିରଖିଛି I   

ଆଜି ଦକ୍ଷିଣ ରେଳପଥର ତ୍ରିପୁରା ଠାରୁ  ଯଶବନ୍ତପୁର -ହାୱଡା ସ୍ପେସିଆଲ ପାର୍ସଲ ଏକ୍ସପ୍ରେସ ଦ୍ୱାରା 132 କାର୍ଟୁନ  ଓଡିଶା  ପୋଲିଶ ମାନଙ୍କ ପାଇଁ ବ୍ୟବହୃତ ହେଉଥିବା  ନିଜସ୍ୱ ସୁରକ୍ଷା ସାମଗ୍ରୀ, ମାସ୍କ ଓ ଗ୍ଲୋବ  କଟକ ଷ୍ଟେସନ ଠାରେ ପହଞ୍ଚିଛି I  " ଆପଣ ଘରେ ରୁହନ୍ତୁ, - ସୁରକ୍ଷିତ ରୁହନ୍ତୁ , ଆମେ ଆପଣଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବୁ " ଭଳି ଅବଧାରଣକୁ ସଫଳ କରିବାକୁ ପୂର୍ବତଟ ରେଳପଥର ଅବିଦିତ ଯୋଦ୍ଧାମାନେ ଦିବାରାତ୍ର କର୍ତବ୍ୟରତ I

0
0
0
s2sdefault