ହେଡଲାଇନସ୍:

ଓଡଗାଁ ଶ୍ରୀରାମ ନବମୀ ଯାତ୍ରା ଉଦଯାପିତ : ଅନ୍ତିମ ସନ୍ଧ୍ୟାରେ ଶ୍ରୀଜିଉଙ୍କ ରାଜ୍ୟାଭିଷେକ ବେଶ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର ) : ଓଡଗାଁ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ଆଜି ଥିଲା ଉଦ୍ଯାପନୀ ସନ୍ଧ୍ୟା । ପ୍ରଭୁ ରାଜ୍ୟାଭିଷେକ ବେଶରେ ସଜ୍ଜିତ ହୋଇଥିଲେ । ପ୍ରତି ବର୍ଷ ପରି ଶ୍ରୀରାମଙ୍କ ଜନ୍ମ ଠାରୁ ସୀତା ବିବାହ ଏବଂ ବନବାସ ଠାରୁ ରାଜ ସିଂହାସନ ଆରୋହଣ ପର୍ଯ୍ୟନ୍ତ ଘଟଣା କ୍ରମରେ କରୋନା ସଂକ୍ରମଣ କାରଣରୁ ଦର୍ଶନାର୍ଥିଙ୍କୁ ଯୋଡି ହେବାର ସୁଯୋଗ ମିଳିନଥିଲା । ଯାହା ବି ହେଉ ଭକ୍ତ ଆଉ ଭଗବାନ କେହି କାହା ଠାରୁ ଦୁରେଇ ରହିବା ଅସମ୍ଭବ । ସମସ୍ତ ପ୍ରତିବନ୍ଧକ ସତ୍ୱେ ପ୍ରଭୁଙ୍କର ୧୪ ବର୍ଷର ବନବାସ ପରେ ଆଜିର ରାଜ୍ୟାଭିଷେକ ଭକ୍ତ ମାନଙ୍କ ମନରେ ଭରି ଦେଇଥିଲା ଅନେକ ଆନନ୍ଦ । ରତ୍ନ ବେଦିରେ ଶାନ୍ତ କାନ୍ତ ନବଦୁର୍ବାଦଳ ରୁପକାନ୍ତି ପ୍ରଭୁ ଶ୍ରୀରାମଙ୍କ ସହିତ ଜଗତ୍ ଜନନୀ ମା ସୀତା ବସିଥିବା ବେଳେ ପଶ୍ଚାତରେ ଲକ୍ଷ୍ମଣ ଛତ୍ର ଧରି ରହିଥିବା, ଭରତ ଚାମର ଦେଉଥିବା, ଶତୃଘ୍ନ ଆଲଟ ପକାଉଥିବା, ହନୁମାନ ପାଦ ପଦ୍ମରେ ଆଣ୍ଠୁମାଡି ପ୍ରଣାମ କରୁଥିବାର ଦୃଶ୍ୟ ଏବଂ ବିଭିଷଣ, ସୁଗ୍ରୀବ, ନଳ, ନିଳ, ଅଙ୍ଗଦ, ସୁଷେଣ, ଜାମ୍ବବାନ, ସମେତ ଇନ୍ଦ୍ର, ବ୍ରହ୍ମା, ଶିବ ଓ କୁଳଗୁରୁ ବଶିଷ୍ଠଙ୍କ ଉପସ୍ଥିତିର ଦୃଶ୍ୟ ଅଯୋଧ୍ୟାର ରାଜ ସିଂହାସନ  ପରି ପ୍ରତୀୟମାନ ହେଉଥିଲା । ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ବିଜୟ ଥିଲା ଉତ୍ସବର ମୁଖ୍ୟ ବୈଶିଷ୍ଟ୍ୟ । ଆଜିର ପାଳିଆ ପଣ୍ଡା ପ୍ରଦ୍ୟୁମ୍ନ କୁମାର ଦାଶ, ପୁଜକ ପରିଷଦ ସମସ୍ତ କର୍ମକର୍ତା, ସମସ୍ତ ବେଶକାରୀ ପୂଜାପଣ୍ଡା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଶୃଙ୍ଖଳାର ସହିତ ଠାକୁରଙ୍କ ନିତୀ ସମ୍ପାଦନରେ ସହଯୋଗ କରିଥିଲେ । 

 

0
0
0
s2sdefault